ନୂଆଗଡ ବ୍ଲକ ମହକୁମାରେ ବିଜୁଳି ବତୀ କାର୍ଯ୍ୟକ୍ଷମ ପାଇଁ ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ମହକୁମାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନୂଆଗଡ଼ ବ୍ଲକ ଅଧୀନରେ ଥିବା ନୂଆଗଡ଼ ଗ୍ରାମ ପଞ୍ଚାୟତର ନୂଆଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର, ପାନୀୟଜଳ ଯୋଗାଣ ପମ୍ପ ଗୃହ, ବ୍ଲକ କାର୍ଯ୍ୟଳୟର, ତହସିଲ କାର୍ଯ୍ୟାଳୟ, ପୁରୁଣା ବସ୍ ଷ୍ଟାଣ୍ଡ୍, ସମ୍ମୁଖରେ ଲାଇଟ୍ ଗୁଡ଼ିକ ଦୀର୍ଘଦିନ ହେବ କାର୍ଯ୍ୟକ୍ଷମ ନହୋଇ ଅତି ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି। ବର୍ତ୍ତମାନ ଦେଶ ସ୍ୱାଧୀନତାର ୭୭ ବର୍ଷରେ ପଦାର୍ପଣ କରିଛି। କିନ୍ତୁ, ଯୋଜନାର ବାସ୍ତବ ଚିତ୍ର କିନ୍ତୁ ଓଲଟା ଦେଖିବାକୁ ମିଳିଛି। ଲାଇଟ୍ ଗୁଡ଼ିକ କାର୍ଯ୍ୟକ୍ଷମ ନହେବା ଯୋଗୁଁ ରାତ୍ରି ହେଲେ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ପରିଲିକ୍ଷିତ ହେଉଛି। ରାଜ୍ୟ ସରକାର ଏହି ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ଖର୍ଚ୍ଚ କରୁଥିବା ବେଳେ ଲାଇଟ୍ ଗୁଡ଼ିକ ଠିକ୍ ଭାବରେ କାର୍ଯ୍ୟକ୍ଷମ ନହୋଇ ତାହା ଅତି ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି। ଏନେଇ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଏବଂ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଏସଂକ୍ରାନ୍ତରେ ସ୍ଥାନୀୟ ନୂଆଗଡ଼ ବ୍ଲକ୍ ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ବିହିତ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଲୋକେ ବ୍ଲକ୍ ପ୍ରଶାସନଙ୍କୁ ବାରମ୍ବାର ଉପରୋକ୍ତ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ ଉକ୍ତ ସମସ୍ୟା ପ୍ରତି କୌଣସି ଗୁରୁତ୍ୱ ଦେଉନଥିବା ସାଧାରଣରେ ଅଭିଯୋଗ ହେଉଛି। ଏଣୁ, ନୂଆଗଡ଼ ବ୍ଲକ୍ ପ୍ରଶାସନ ଉପରୋକ୍ତ ସମସ୍ୟା ଉପରେ ଅତି ଗୁରୁତ୍ୱ ଦେବା ସହ ଲାଇଟ୍ ଗୁଡ଼ିକ ପୁନଃ କାର୍ଯ୍ୟକ୍ଷମ କଲେ ଅଞ୍ଚଳବାସୀ ଉପକୃତ ହୋଇପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ