ମା ସମଲେଇ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଗଜପତିର ୫ ଜଣ ସେବାୟତ ଯୋଗଦେଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆସନ୍ତା କାଲି ଜାନୁଆରି ୨୭ ତାରିଖରେ ହେବାକୁ ଥିବା ମା ସମଲେଇ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଗଜପତି ଜିଲ୍ଳାର ରୁ ୫ ଜଣ ସେବାୟତ ତଥା ଲୁହାଖମ୍ୱ ମନ୍ଦିର ରୁ ଶ୍ରୀ ଚିତ୍ରସେନ ନାୟକ ଓ ଶ୍ରୀ ହରୀ କାର୍ଜି ସେହିପରି ଜଗନ୍ନାଥ ମନ୍ଦିର ଚନ୍ଦ୍ର ଗିରିରୁ ରୁ ଶ୍ରୀ ରାମ ଚନ୍ଦ୍ର ପୁଝାରୀ ଓ ଶ୍ରୀ ବସନ୍ତ କୁମାର ପ୍ରଧାନ, ମା କୁରେଇଶୁଣୀ ମନ୍ଦିରରୁ ପୂର୍ଣ୍ଣ ଚନ୍ଦ୍ର ରାଉତ ଓ ଶ୍ରୀ କୁଞ୍ଜ ବିହାରୀ ବଡ଼ନାୟକ ସମେତ ନୋଡାଲ ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମ୍ବଲପୁର ସ୍ଥିତ ମା ସମଲେଇ ମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଲୋକାର୍ପଣ ଉତ୍ସବରେ ଯୋଗ ଦେବା ପାଇଁ ଆଜି ଏକ ସତନ୍ତ୍ର ଗାଡ଼ି ଯୋଗେ ବାହାରିଛନ୍ତି। ଏହି ଗାଡ଼ିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ସମେତ କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ