ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘ ଦ୍ବାରା ସମ୍ବଦ୍ଧିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିର୍ମୂଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ‘ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘ’ ତରଫରୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ଅନ୍ତର୍ଗତ ବୁଡାରସିଂ ଗ୍ରାମସୁ ଶ୍ରୀରାମ ମନ୍ଦିରପ୍ରାଙ୍ଗଣରେ ଆୟୋଜିତ ଏକ ସାଂସ୍କୃତିକ ସଭାରେ ସାଙ୍ଗଠନିକ ଦକ୍ଷତା ଏବଂ କଳା କ୍ଷେତ୍ରରେ ସାମଗ୍ରୀକ କ୍ରୁତିତ୍ଵ ପାଇଁ ସମ୍ବନ୍ଧିତ ହୋଇଛନ୍ତି । ମହାସଂଘ ସଭାପତି ସୀମାନୁ ନଟରାଜ ଡା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ତେଲୁଗୁ ଚଳଚିତ୍ର ଅଭିନେତା ତଥା ରାଜ୍ୟ ଉପ-ସଭାପତି ଡଃ.କୁମାର ନାୟକ, ଅବସରପ୍ରାପ୍ତ ଡେପୁଟି ଆରକ୍ଷୀ ଅଧୂକ୍ଷକ ଏସ୍. ପ୍ରସାଦ, ନିଖୂଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍, ସମାଜସେବୀ ଭେଙ୍କଟ ରାଓ, ବରିଷ୍ଠ ଶିକ୍ଷାବିତ୍ ନାଲ୍ଲା ନୀଳକଣ୍ଠ, ସ୍ବର ବିବୁଧ ରମେଶ ଚନ୍ଦ୍ର ସ୍ବାଇଁ, ବରିଷ୍ଠ ସମାଜସେବୀ କୁରା ଗୌଡ ପ୍ରମୁଖ ଅତିଥ୍‌ ଭାବରେ ଯୋଗ ଦେଇ ଆନ୍ଧ୍ରପ୍ରଦେଶ ସଂସ୍କୃତିକୁ ପରିପୁଷ୍ଟ କରିବା କ୍ଷେତ୍ରରେ ଆନ୍ଧ୍ର ବାସୀ ଓଡ଼ିଆଙ୍କ ସାଂସ୍କୃତିକଧାରା ବିଶେଷ ସହାୟତା କରୁଥିବା ପରିଦ୍ରୁଷ୍ଟ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମହାସଚିବ ରୋଶନ୍ ଙ୍କ ସମେତ ଏସ୍. ପ୍ରସାଦ, ଭେଙ୍କଟ ରାଓ, ଜଳନ୍ଧର ସାହୁ, ଖଗେଶ୍ବର ଗୌଡ, ପ୍ରଦୀପ କୁମାର ସାହୁ ପ୍ରମୁଖଙ୍କୁ ଆନୁଷ୍ଠାନିକ ସମ୍ବନ୍ଧିତକରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ