ମା ସରସ୍ଵତୀ ବିଦ୍ୟା ମନ୍ଦିରର ୧୯ ତମ ବାର୍ଷିକ ଉତ୍ସବ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରାର ମା ସରସ୍ୱତୀ ବିଦ୍ୟା ମନ୍ଦିରର ୧୯ ତମ ବାର୍ଷିକ ଉତ୍ସବ ଜାନୁଆରୀ ୨୭ ତାରିଖ ଦିନ ନିଜସ୍ୱ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦିବାକର ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମାଣିତରା ପଞ୍ଚାୟତ ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରା, ସମିତି ସଭ୍ୟ ଜୟଦେବ ପ୍ରଧାନ, ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରିନ୍ସିପାଲ ଅନୁପ କୁମାର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, ସାମ୍ବାଦିକ ତଥା ଶିକ୍ଷାବିତ ଅନିଲ କୁମାର ମହାରଣା, ପ୍ରଫୁଲ କୁମାର ପଣ୍ଡା, ସଭାପତି ଜୟଦେବ ରାଉତ, ଉପସଭାପତି ସୁନୀଲ କୁମାର ପ୍ରଧାନ, ସମ୍ପାଦକ ପିତାମ୍ବର ପଣ୍ଡା, ଉପଦେଷ୍ଟା ସନକ କୁମାର ବିଶ୍ବାଳ ଯୋଗଦେଇଥିଲେ। ଅତିଥି ବୃନ୍ଦ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ପୂର୍ବତନ ଶିକ୍ଷକ ତ୍ରିନାଥ ଗୌଡ଼ ସଂଯୋଜନା କରିଥିଲେ। ଏହି ଅବସରରେ ତ୍ରିନାଥ ଗୌଡ଼ଙ୍କ ଦ୍ୱାରା ଲିଖିତ ପୁସ୍ତକ “ସମର୍ପଣ” ଅତିଥି ବୃନ୍ଦଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଶିକ୍ଷାନୁଷ୍ଠାନର ଗୁରୁଜୀ ଓ ଗୁରୁମା ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ