ଜାତୀୟସ୍ତରରେ କ୍ରିକେଟ ଖେଳି ଗଜପତି ପାଇଁ ଗୌରବ ଆଣିଥିବା ସନ୍ତୋଷ ସମ୍ମାନିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲାର କାଶୀନଗର ବାରଣାସୀ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ସନ୍ତୋଷ ଲେଙ୍କାଙ୍କୁ ଗଜପତି ପ୍ରଶାସନ ତରଫରୁ ସମ୍ମାନିତ କରାଯାଇଛି. ଏଠାରେ ସୂଚନା ଯୋଗ୍ୟଯେ ଜାନୁୟାରୀ ମାସ ୧୬ ତାରିଖ ଦିନ ସେ ଜାତୀୟ ସ୍ତରୀୟ କ୍ରିକେଟ ଖେଳରେ ଭାଗ ନେଇ ଗଜପତି ଜିଲ୍ଲା ପାଇଁ ଗର୍ବ ଗୌରବ କାରଣ ସାଜିଥିଲେ.ସେଠାରୁ ସେ ଫେରି ଆସିବା ପରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଆରକ୍ଷୀ ଅଧ୍ୟକ୍ଷ ସ୍ଵାତି କୁମାର ଏସ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ସନ୍ତୋଷକୁ ସମ୍ବର୍ଦ୍ଧନା କରି ଉପୌଢକନ ପ୍ରଦାନ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ