ସହରାଞ୍ଚଳରେ ରହି ସୁଦ୍ଧା ୫ ହଜାର ଲୋକେ ପାଣି ପାଇଁ ଡହଳବିକଳ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ସାଧୀନତାର ୭୫ବର୍ଷ ପରେ ସୁଦ୍ଧା କାଶୀନଗର ଏନଏସି ସହରାଞ୍ଚଳରେ ଦୀର୍ଘ ଦିନ ଧରି ଜଳ ସଙ୍କଟ ଦେଖାଦେଇଛି. ଜନ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱହୀନତା ଯୋଗୁଁ ୫ହଜାରରୁ ଉର୍ଦ୍ଧ ଲୋକେ ପିଇବା ପାଣି ପାଇଁ ବହୁ ଦୁଃଖ କଷ୍ଟ ପାଉଛନ୍ତି. ସହରାଞ୍ଚଳରେ ଥାଇ ସୁଦ୍ଧା ଏବଂ ଜନ ସ୍ୱାସ୍ଥ୍ୟ ବିଭାଗର ଟାଙ୍କି ଓ ପାଇପ ଲାଇନ ବିଛା ଯାଇଥିଲେ ସୁଦ୍ଧା ଏହାର କୌଣସି ସୁବିଧା ଲୋକେ ପାଇପାରୁନାହାନ୍ତି. ହାଣ୍ଡିଏ ପାଣି ପାଇଁ ଲୋକେ ବଂଶଧାରା ନଦୀରେ ଚୁଆଁ ଖୋଳି ପାଣି ଆଣୁଥିବା ଲକ୍ଷ୍ୟ କରାଯାଇଛି. ଏଠାରେ ସୂଚନାଯୋଗ୍ୟଯେ, ଗଜପତି ଜିଲ୍ଲାର ଏକମାତ୍ର କାଶୀନଗର ବ୍ଳକ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏକ ବର୍ଷରୁ ଊର୍ଦ୍ଧ୍ବ ହେଲା ଏଠାରେ ଲାଗି ରହିଛି ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏକ ନମ୍ବର ୱାର୍ଡରୁ ଆରମ୍ଭ କରି ୫ନଂ ୱାର୍ଡର 5 ହଜାର ଲୋକେ ପିଇବା ପାଣିର ସମସ୍ୟା ସମାଧାନ ହେଇପାରୁନି। ଆଜି ବି ଏହି ୫ ଗୋଟି ୱାର୍ଡର ଜନସାଧାରଣ ଚୁଆ ପାଣି ପିଉଛନ୍ତି । ଏହି ଲୋକଙ୍କ ଭରସା ଚୁଆ ପାଣି । ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଛି ପାଣି ଟାଙ୍କି କିନ୍ତୁ ଘରକୁ ଆସୁନାହିଁ ପାଣି। ବିଛା ଯାଇଛି ପାଇପ୍ ଲାଇନ୍, କିନ୍ତୁ ଆସୁନାହିଁ ପାଣି। ପ୍ରଶାସନକୁ ଯେବେ ଗୁହାରି କଲେ ବି କେହି ସେମାନଙ୍କ କଥା ଶୁଣୁନାହାନ୍ତି। ଏଭଳି ସ୍ଥିଚି ରହିଛି ଜିଲ୍ଲାର କାଶୀନଗର ବ୍ଳକର କାଶୀନଗର ଏନ ଏସିର ୧ ରୁ ୫ ଟି ୱାର୍ଡରେ । ସଚେ ଯେମିତି ଖରା ଦିନ ଆସିଲେ ପିଇବା ପାଣି ପାଇଁ ହାହାକାର ହୋଇଯିବ। ବସୁଧା ଯୋଜନାରେ ଚାରି ବର୍ଷ ଚଳେ ଲକ୍ଷାଧିକ ଟଙ୍କାରେ ନିର୍ମିଚ ହୋଇଥିଲା ପାଣି ଟାଙ୍କି । କିନ୍ତୁ ଘରକୁ ଆସୁନାହିଁ ପାଣି। ଗାଁ ସାରା ବିଛା ଯାଇଛି ପାଇପ୍ ଲାଇନ୍ । ବାରମ୍ବାର ପାଇପ୍ ବିଛା ଯାଇଛି କିନ୍ତୁ ପାଣି ଆସୁନାହିଁ। ଗାଁପାଖ ଦେଇ ଯାଇଥିବା ବଂଶଧାରା ନ‌ଦୀର ପାଣି ଏବେ ଏମାନଙ୍କ ପାଇଁ ଭରସା ପାଲଟିଛି। ଟିକିଏ ନଜର ପକାନ୍ତୁ ଏହି ଫଟୋଚିତ୍ର ଉପରେ। କାଶୀନଗର ବ୍ଳକ ୧ ରୁ ୫ ନମ୍ବର ୱାର୍ଡ ବାସିନ୍ଦା ଏହି ନୂଆ ପାଣି ବ୍ୟବହାର କରୁଛନ୍ତି । ସକାଳ ହେବା ମାତ୍ରେ ଏହି ସବୁ ସାହିର ମହିଳାମାନେ ହାଚରେ ମାଠିଆ, ଗରା, ବାଲଟି ଧରି ପାଣି ଆଣିବାକୁ ବାହାରୁଛନ୍ତି । ସାହି ଠାରୁ ପ୍ରାୟ ୧ କି.ମି ଦୂର ନଦୀରୁ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି । ଯାହା ପିଇବା ଯୋଗ୍ୟ ନୁହେଁ । କିନ୍ତୁବାଧ୍ୟ ହୋଇ ସେହି ପାଣିକୁ ବ୍ୟବହାର କରୁଛନ୍ତି। ଏହାକୁ ଛାଡିଲେ ସାହିରେ ପିଇବା ପାଣିର କୌଣସି ବ୍ୟବସ୍ଥା ନାହିଁ। ଜଣେ ୮୦ ବର୍ଷିୟ ବୃଦ୍ଧା ବାଧ୍ୟ ହୋଇ ନଦୀକୁ ଯାଇ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି । ଗୋଟିଏ ହାଣ୍ଡି ପାଣି ଆଣି ଘରେ ବ୍ୟବହାର କରୁଛନ୍ତି । ସେହି ପାଣି ମଧ୍ୟ ଭଲ ନାହିଁ । ସେହି ପାଣି ବ୍ୟବହାର କରିଲେ ରୋଗରେ ପୀଚିଚ ମଧ୍ୟ ହେଉଛୁ ବୋଲି ଅଭିଯୋଗ କରୁଛନ୍ତି । ଅନ୍ୟପକ୍ଷରେ ବଂଶଧାରା ନଦୀ ମଧ୍ୟ ଧିରେଧୂରେ କୂଳ ଖାଇବା ଆରମ୍ଭ କରିଲାଣି। ଜୀବନକୁ ବାଜି ଲଗାଇ ପାଣି ଟୋପାଏ ପାଇଁ ନଦୀ ପାର ହେଉଛନ୍ତି ମହିଳାମାନେ । ସ୍ଥାନୀୟ ଲୋକେ ପ୍ରଶାସନକୁ ଯେଚେ ଗୁହାରି କଲେ ବି କେହି ସେମାନଙ୍କ କଥା ଶୁଣୁନାହାନ୍ତି ବୋଲି କହିଛନ୍ତି । ଏଭଳି ସ୍ଥିଚି ରହିଛି ଜିଲ୍ଲାର କାଶୀନଗର ବ୍ଳକସ୍ଥିତ ଏନଏସିର ୧ ରୁ ୫ ଟି ଓ୍ୱାର୍ଡରେ। ଚଥାପି କାହାରି ନଜର ମଧ୍ୟ ପଢୁନାହିଁ । ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା କାଶୀନଗର ବିଜ୍ଞାପିତ ଅଞ୍ଚଳର ନିର୍ବାହୀ ଅଧିକାରୀ ପ୍ରଭାଚ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମୋ ପାଖକୁ କୌଣସି ଅଭିଯୋଗ ଆସି ନାହିଁ । ଆସିଲେ ମୁଁ ପଦକ୍ଷେପ ନେବି । ଗୋଟିଏ ପଟେ ରାଜ୍ୟ ସରକାର ଗାଁ ଠାରୁ ସହର ପର୍ଯ୍ୟନ୍ତ ଘରେ ଘରେ ପାଣି ପହଞ୍ଚୁବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କହୁଥିବା ବେଳେ ଲୋକେ ଏବେ ମଧ୍ୟ ବ୍ୟବହାର କରୁଛନ୍ତି ଚୁଆ ପାଣି। ପ୍ରଶାସନ ଅଧିକାରୀଙ୍କୁ ପଚାରିଲେ ମୋ ପାଖରେ କୌଣସି ଖବର ନାହିଁ ବୋଲି କହୁଛନ୍ତି । ପାନୀୟ ଜଳର ସମସ୍ୟା ନେଇ ଜିଲ୍ଲା ପ୍ରଶାସନ କେବେ ଏମାନଙ୍କ ଉପରେ ଦୃଷ୍ଟି ଦେବ ଚାହା ଦେଖିବାକୁ ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ