କାଶୀନଗର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସମାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତିର କାଶୀନଗର ଠାରେ ପାଞ୍ଚ ଦିନ ଧରି ଚାଲିଥିବା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମାପନ ହୋଇଛି. ଏହି ଉତ୍ସବ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ଜଗନ୍ନାଥଙ୍କ ଦର୍ଶନ କରି ଦଶ ଲକ୍ଷ ଟଙ୍କା ର ଅନୁଦାନ ଦେବାକୁ ପ୍ରତିଶୃତି ଦେଇଥିଲେ. ସେହିପରି ସ୍ଥାନୀୟ ବିଧାୟକ ଶ୍ରୀ କୋଡୁରୁ ନାରାୟଣ ରାଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଦୁଇ ଲକ୍ଷ ଟଙ୍କା ଅନୁଦାନର କାର୍ଯ୍ୟାଦେଶ ମନ୍ଦିର ରୂପାନ୍ତର ନିମନ୍ତେ ପ୍ରଦାନ କରିଥିଲେ.ଗଜପତି ରାଣୀ ସୁଶ୍ରୀ କଲ୍ୟାଣୀ ଦେବୀ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟନାୟକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଥିଲେ.ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବହୁ ସାଧୁ ସନ୍ଥ ଦୂର ଦୁରାନ୍ତରୁ ଆସି ଯୋଗ ଦେଇ ପଞ୍ଚ ଯଂଜ୍ଞ ଆରମ୍ଭ କରିଥିଲେ. ମନ୍ଦିର ମହନ୍ତ ମହାରାଜ ପଦ୍ମ ଚରଣ ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସାଧୁ ସନ୍ଥ, ସାଂସଦ, ବିଧାୟକ ଙ୍କୁ ଉତ୍ତୋରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରି ଥିଲେ. ଏହି ପାଞ୍ଚ ଦିନ କାର୍ଯ୍ୟକ୍ରମ ରେ କଳସି ଯାତ୍ରା, ହରି ନାମ ସଂକୀର୍ତନ, ଦୀପ ଯଂଜ୍ଞ,ଜ୍ଞାନ ଯଂଜ୍ଞ, ଗୀତା ଯଂଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଶେଷ ଦୁଇ ଦିନ ପ୍ରସାଦ ସେବନ ବ୍ୟବସ୍ତା କରାଯାଇ ଥିଲା.ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ସଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ଭକ୍ତ ଆସୁଥିଲେ.ପ୍ରତ୍ୟେକ କାର୍ଯ୍ୟକ୍ରମରେ ସାହାଯ୍ୟ ଓ ସହଯୋଗ କରିଥିବା ଗ୍ରାମ ବାସୀ ଓ ଭକ୍ତ ବୃନ୍ଦ ଙ୍କୁ ମନ୍ଦିର ତରଫରୁ କୃତଜ୍ଞତା ଜ୍ଞ୍ୟାପନ କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ