କାଶୀନଗରରେ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁଁ ପ୍ରାଣୀ ଚିକିତ୍ସା ବିପର୍ଯସ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଏହି ମାସ ୧୮ ତାରିଖରୁ ଓଡିଶା ପ୍ରାଣୀ ଚିକିତ୍ସା ସେବା ସଙ୍ଘ ଡାକରାରେ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ ସେମାନଙ୍କ ନ୍ୟାଯ୍ୟ ଦାବୀ ଗୁଡିକ ପୂରଣ କରିବା ସକାଶେ କାର୍ଯ୍ୟରେ ଯୋଗ ନ ଦେଇ କାର୍ଯବନ୍ଦ ଆନ୍ଦୋଳନ କରୁଛନ୍ତି. ଏହାର ପ୍ରଭାବ କାଶୀନଗର ସହରରେ ମଧ୍ୟ ପଡିଛି. କାଶୀନଗର ପଶୁ ଚିକିତ୍ସାଳୟ ଠାରେ ଦୁଇ ଜଣ କାର୍ଯ୍ୟ ରତ ପଶୁ ଚିକିତ୍ସକ ଡ଼ ଆକାଶ କୁମାର ପଣ୍ଡା ଓ ଡ଼ ଗଣେଶ ଚନ୍ଦ୍ର ମହାନ୍ତି ମଧ୍ୟ କାର୍ଯ୍ୟାଳୟକୁ ଆସୁ ନ ଥିବା ଆମ ଦୃଷ୍ଟି ଗୋଚର ହୋଇଛି. ମୁଖ୍ୟ ପଶୁ ଚିକିତ୍ସକଙ୍କ ସହ ଯୋଗାଯୋଗ କରିବାରୁ ମୁଖ୍ୟ ପ୍ରାଣୀ ଚିକିତ୍ସକ ଡ଼ ପଣ୍ଡା କ୍ଷୋଭର ସହ ରାଜ୍ୟ ସରକାର ଆମେ ବାରମ୍ବାର ଦାବୀ ଉପସ୍ଥାପନା କଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନ ଥିବାରୁ ପ୍ରାଣୀ ଚିକିତ୍ସକ ମାନେ ଏହି କାର୍ଯ୍ୟବନ୍ଦ ପନ୍ଥା ଆପଣେଇ ଥିବା କହିଥିଲେ . ପ୍ରମୁଖ ଦାବୀ ଗୁଡିକ ହେଲା ଦୀର୍ଘ ୨୩ ବର୍ଷ ହେଲେ ପଦୋନ୍ନତି ନ ପାଇ ତିନିଗୁଣ କାର୍ଯ୍ୟଭାର ଦେବା, ପ୍ରାଣୀ ଚିକିତ୍ସା ବ୍ୟବସ୍ତା ର ରୂପାନ୍ତୀକରଣ କରିବା, ଜଟିଳ ରୋଗାକ୍ରାନ୍ତ ପ୍ରାଣୀଙ୍କୁ ସ୍ଥାନାନ୍ତରଣ କରିବା, ରାଜ୍ୟରେ ପ୍ରାଣୀ ଗଣନା ଓ ଆବଶ୍ୟକତା ଅନୁଯାଇ ଡାକ୍ତର ପଦବୀ ସୃଷ୍ଟି କରିବା., କେନ୍ଦ୍ରୀୟ ହାରରେ ବେତନ ବୃଦ୍ଧି କରି ନିୟମିତ ପଦୋନ୍ନତି କରିବା ଏହି ଦାବୀ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିବା କହି ବର୍ତମାନ କାଶୀନଗର ଅଞ୍ଚଳ ରେ ପ୍ରାଣୀ ଚିକିତ୍ସା ସେବା ଠପ ହୋଇଯାଇଥିବା ବେଳେ ପଶୁ ପାଳକ ମାନେ ପ୍ରାଣୀ ଚିକିତ୍ସକ ଙ୍କ ଅନୁପସ୍ଥିତିରେ ବହୁ ହଇରାଣ ହେଉଛନ୍ତି ବୋଲି କହିଥିଲେ.

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ