କାଶୀନଗରରେ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା ୧୬ ଦିନିଆ ଅଦ୍ଵିକା କାର‌୍ୟ୍ୟକ୍ରମ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର କାଶୀନଗର ଠାରେ ଥିବା ସାମାନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ୧୬ ଦିନିଆ ଅଦ୍ଵିକା କାର‌୍ୟ୍ୟକ୍ରମ ଚାଲୁ ରହିଛି. ଏହି ଅଦ୍ଵିକା କାର‌୍ୟ୍ୟକ୍ରମ ର ମୁଖ୍ୟ ଲକ୍ଷ ହେଲା ସମସ୍ତ ଛାତ୍ରୀ ବା ବାଳିକା ଅଦ୍ଵିତୀୟ ବା ଅନନ୍ୟା ଭାବେ ପରିଚିତ କରାଇ ସେମାନଙ୍କୁ ଭବିଷ୍ୟତ ରେ କୌଣସି ପ୍ରକାର ଅବହେଳା ର ଶିକାର ନ ହୁଅନ୍ତୁ ବୋଲି ସ୍ଥାନୀୟ ସି ଡି ପି ଓ କନକ ଲତା ପୂଜାରୀ ମତ ବ୍ୟକ୍ତ କରି ଏମାନଙ୍କୁ ସେଥିପାଇଁ ସେମାନଙ୍କ ଦକ୍ଷତା ବିକାଶ ସକାଶେ ବିଭିନ୍ନ ପ୍ରକାର ତାଲିମ ଦେଇ ଆତ୍ମନିର୍ଭରଶିଳ କରାଇବାକୁ ରାଜ୍ୟ ସରକାର ଙ୍କ ଦ୍ୱରା ଏକ ପ୍ରୟାସ ଜାରି ରହିଛି ବୋଲି ମଧ୍ୟ କହିଥିଲେ. ଏହି କାର‌୍ୟ୍ୟକ୍ରମ ରେ ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ସଂଯୋଜକ ଶ୍ରୀକାନ୍ତ ପଟନାୟକ ଉପସ୍ଥିତ ରହି କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ