ସ୍ଥାୟୀ ନିଯୁକ୍ତି ଦାବିରେ ଓଡ଼ିଶା ୟୁନିୟନ ବ୍ୟାଙ୍କ ଅସ୍ଥାୟୀ କର୍ମଚାରୀଙ୍କ ସମାବେଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଲ୍ ଓଡ଼ିଶା ୟୁନିୟନ ବ୍ୟାଙ୍କ ଏମ୍ପେ୍ଲାଇଜ ଆସୋସିଏସନ ଦ୍ୱାରା ଆହୂତ ନିଖିଳ ଓଡ଼ିଶା ୟୁନିୟନ ବ୍ୟାଙ୍କ ଅସ୍ଥାୟୀ କର୍ମଚାରୀ ସମାବେଶ ନୂଆପଲ୍ଲୀସ୍ଥିତ ୟୁନିୟନ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବିିଭିନ୍ନ ଶାଖାରୁ ଦୁଇଶହରୁ ଉର୍ଦ୍ଧ୍ୱ ଅସ୍ଥାୟୀ କର୍ମଚାରୀ ଏହି ସମାବେଶରେ ଯୋଗଦାନ କରିଥିଲେ । ମୁଖ୍ୟତଃ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା, ସର୍ବନିମ୍ନ ମଜୁରୀ ପ୍ରଦାନ କରିବା ଓ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସମାନ କାମକୁ ସମାନ ମଜୁରି ପ୍ରଦାନ କରିବା ଆଦି ଦାବି ନେଇ ସମାବେଶରେ ଆଲୋଚନା କରାଯାଇଥିଲା । ଏହି ସମାବେଶରେ ଉଦ୍‌ବୋଧନ ଦେଇ ସଂଗଠନର ସାଧାରଣ ସମ୍ପାଦକ ଶ୍ରୀ ଅଜୟ କୁମାର ମହାନ୍ତି କହିଥିଲେ ଯେ, ଦୀର୍ଘଦିନ ଧରି ବ୍ୟାଙ୍କରେ ସ୍ଥାୟୀ ପିଅନ ନିଯୁକ୍ତି ନହେବା ଯୋଗୁ ଅସ୍ଥାୟୀ କର୍ମଚାରୀ ବା କାଜୁଆଲ ୱାର୍କର ମାନଙ୍କ ସଂଖ୍ୟା ବଢି ବଢି ଚାଲିଛି । କିନ୍ତୁ ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ କରିବାକୁ ଦାବି କରାଯାଉଥିଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ଏପରି ସ୍ଥଳେ ଅସ୍ଥାୟୀ କର୍ମଚାରୀମାନଙ୍କୁ ସଂଗଠିତ କରି ଆନ୍ଦୋଳନ କରିବାକୁ ପଡ଼ିବ ବୋଲି ମତପ୍ରକାଶ ପାଇଥିଲା । ଶ୍ରୀ ବାଳକୃଷ୍ଣ ଦାସ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଶ୍ରୀ ପ୍ରଦୀପ ଷଡ଼ଙ୍ଗୀ ଓ ଅଲ ଓଡ଼ିଶା ବ୍ୟାଙ୍କ ଏମ୍ପେ୍ଲାଇଜ ଫେଡ଼େରେସନର ସମ୍ପାଦକ ଶ୍ରୀ ତ୍ରିନାଥ ସାହୁ ବକ୍ତବ୍ୟ ରଖିଥିଲେ ଏବଂ କ୍ଷତ୍ରିୟ ସମ୍ପାଦକ ଶ୍ରୀ ରାଜୀବ ଲୋଚନ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ