ଏରେଣ୍ଡ୍ରା ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏରେଣ୍ଡ୍ରାପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଶ୍ରୀ ଧୋବା ସ୍ବାଇଁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ସୁଲତା ରାଣୀ ସ୍ବାଇଁ ମୁଖ୍ୟ ଅତିଥି ରୂପେଯୋଗ ଦେଇଥିବା ବେଳେ ସମ୍ମାନ ଅତିଥି ଭାବେ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପଞ୍ଚାୟତସ୍ତରରେ କରାଯାଉଥିବା ଭିତିଭୂମିର ବିକାଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱକୁ ମୁଖ୍ୟ ଅତିଥି ଶ୍ରୀମତୀ ସ୍ବାଇଁ କହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନାକୁ ଗ୍ରାମାଞ୍ଚଳର ପ୍ରତ୍ୟେକ ଲୋକଙ୍କ ନିକଟରେ କିଭଳି ପହଞ୍ଚିପାରିବ ସେ ନେଇ ମିଳିମିଶି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।ଶିବିରରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳର ରୂପାନ୍ତରୀକରଣ, ମହିଳା ସଶକ୍ତିକରଣ ଓ ବ୍ୟାଙ୍କିଙ୍ଗ ଭିତିଭୂମିର ବିକାଶ ଆଦି ଯୋଜନା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେସଚେତନତାକରାଯାଇଥିଲା ।ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଭିତ୍ତିଭୂମି ବିକାଶନେଇକରାଯାଇଥିବା ସମାଜ ମଙ୍ଗଳ କାର୍ଯ୍ୟ ଗୁଡ଼ିକୁ ଏଲସିଡି ପରଦା ସହ ପଞ୍ଚାୟତର ବିକାଶ ପୁସ୍ତିକା ମାଧ୍ୟମରେ ସାଧାରଣରେ ପ୍ରଦର୍ଶନ ସହ ପ୍ରମୁଖ ବ୍ୟକ୍ତିତ୍ଵଙ୍କୁ ଉପଢ଼ୌକନ ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ପଞ୍ଚାୟତର ପ୍ରତି ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କୁ ଆଦର୍ଶ ଶିକ୍ଷକ ଭାବେ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ଳକ ସ୍ଥରରେ ଆୟୋଜିତ ହୋଇଥିବା ଯୁବ ଓ କ୍ରୀଡ଼ା ପ୍ରତିଯୋଗିତା ଖୋ ଖୋ ବାଳିକା ବିଭାଗର ବିଜେତା ଏଵଂ ବାଳକ ବିଭାଗ ରନର ଦଳକୁ କାର୍ଯ୍ୟକ୍ରମରେସମ୍ୱର୍ଧିତକରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ବିଦ୍ୟୁତ୍ ପ୍ରଭା ରଥ , ସ୍ବାସ୍ଥ୍ୟ ବିଭାଗରୁ ମଞ୍ଜୁରାଣୀ ପତାନୟ ସ୍ଵପ୍ନାରାନୀ ସାହୁ , କୃଷି ବିଭାଗରୁ ସନ୍ତୋଷକୁମାରବେହେରା ,ରୋଜଗାର ସେବକ ରବୀନ୍ଦ୍ର ପ୍ରଧାନ , ଯୋଗାଣ ସହାୟକ ଚିନ୍ମୟ ବାରାଡଙ୍କ ସହ ପଞ୍ଚାୟତରେ ସମସ୍ତ ଅଙ୍ଗନୱାଡ଼ି କର୍ମୀ ସମୂହ ଉପସ୍ଥିତ ରହି ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ