ସାନଖେମୁଣ୍ଡି ମୋଦି ଗ୍ୟାରେଣ୍ଟି ବିଶ୍ଵକର୍ମା ଯୋଜନା ସଚେତନତା ଶିବିର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :କଲରାପଦର ପଞ୍ଚାୟତର ଭୁଡ଼ିକି ଗ୍ରାମ ଶିବ ମନ୍ଦିର ପରିସରରେ ସାନଖେମୁଣ୍ଡି ବିଜେପି ସଂଯୋଜକ କେ ନାଗେଶ୍ଵର ଦୋରାଙ୍କ ସଂଯୋଜନାରେ ମୋଦି ଗ୍ୟାରେଣ୍ଟି ବିଶ୍ଵକର୍ମା ଯୋଜନା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ରାମ୍ୟ କାରିଗରଙ୍କ ହିତରେ ପ୍ରଣୟନ କରିଥିବା ଏହି ଯୋଜନାକୁ ମୋଦି କି ଗ୍ୟାରେଣ୍ଟି ଆଧାରରେ ଏହି ବର୍ଗର ହିତାଧିକାରୀଙ୍କୁ ସେମାନଙ୍କ ଜୀବନ ଜୀବିକାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଦୁରୁପଯୋଗ ନ ହେବା ନେଇ ଶିବିରରେ ଆଲୋଚନା କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ସ୍ଥାନୀୟ ବ୍ୟାଙ୍କ୍ ଦ୍ଵାରା କେନ୍ଦ୍ର ସରକାରଙ୍କ ଋଣ ଅର୍ଥ ପରେ ଋଣ ପରିଶୋଧ ନେଇ ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟର ରହିଥିବାରୁ ବ୍ୟାଙ୍କ ପକ୍ଷରୁ କୌଣସି ପ୍ରତିବନ୍ଧକ ନଥିବା ନେଇ ସଚେତନା କରାଯାଇଛି । କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ବିନା ମୂଲ୍ୟରେ ଚାଉଳ ମିଳୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ପରିବାର ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ। ପଞ୍ଚାୟତ ସ୍ତରରୁ ଏକତ୍ରିତ ହୋଇଥିବା ଶତାଧିକ ମହିଳାଙ୍କ ସହ ବହୁ ଶ୍ରମିକ ଏବଂ କୃଷି ଶ୍ରମିକଙ୍କ ସମାବେଶରେ ମୋଦି ସରକାରଙ୍କ ସଫଳତା ବାର୍ତା ପ୍ରଚାର କରାଯାଇଥିବା ବେଳେ ମୋଦି ସରକାର ଭାରତ ବାସୀଙ୍କ ସହଯୋଗ ଏବଂ ଦାନ ଅର୍ଥରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରି ସନାତନ ଧର୍ମ ସୁରକ୍ଷା କରିଥିବା ବୈଠକରେ ମତ ପ୍ରକାଶ କରିଛନ୍ତି।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭୁ ପ୍ରସାଦ ରେଡ୍ଡୀ , ଜାଗା ପ୍ରଧାନ , ଅଙ୍ଗଦ ମହାନ୍ତି , କୁରେଶୁ ଦୋରା ହିରନ୍ୟ ଭାଇ ପ୍ରମୁଖ ମଞ୍ଚାସୀନ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ