ଲକ୍ଷ୍ମୀପୁର ପଞ୍ଚାୟତରେ “ଆମ ଓଡିଶା -ନବୀନ ଓଡିଶା” ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗ୍ରାମାଞ୍ଚଳ ଭିତ୍ତି ଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି, ଏନେଇ ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ପଞ୍ଚାୟତରେ “ଆମ ଓଡିଶା- ନବୀନ ଓଡିଶା” ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଲକ୍ଷ୍ମୀପୁର ସରପଞ୍ଚ ଝୁଲି ନାହାକ ଙ୍କ ସଭାପତିତ୍ବ ଏବଂ ଯୁବ ନେତା ମାଗୁଣି ବିଷୋୟୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି , ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ୱାରା ଲୋକେ କିଭଳି ସୁବିଧା ପାଇ ପାରୁଛନ୍ତି ସେ ବିଷୟରେ ଲୋକଙ୍କୁ ସଚେତନତା କରିବା ସହିତ ପଂଚାୟତ ର ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ର ଏକ ପୁସ୍ତିକା କୁ ସେ ଉନ୍ମୋଚନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଯୁବ ନେତା ତଥା ପୂର୍ବତନ ସମିତି ସଭ୍ୟ ଏନ ଦୁର୍ଯ୍ୟୋଧନ ରେଡ୍ଡୀ, ସମିତି ସଭ୍ୟ ଏନ. ରମେଶ ରେଡ୍ଡୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସ, ଛତ୍ରପୁର ବ୍ଲକ ଉପାଧ୍ୟକ୍ଷ ଏସ. ଶାରଦା ରେଡ୍ଡୀ, ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ,19ନଂ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, 21ନଂ ଜିଲ୍ଲାପରିଷଦ ସଭ୍ୟା ଛବିତା ବେହେରା,ବିସିସି ବ୍ୟାଙ୍କ ଡାଇରେକ୍ଟର ଦୁର୍ଯ୍ୟୋଧନ ପରିଡା,ଯୁବ ନେତା ବାପି ଦାସ, ପୂର୍ବତନ ସମିତି ସଭ୍ୟ ମଥୁରା ସୁବୁଦ୍ଧି, ଏନ. ମୁନା ପାତ୍ର, ଟାଙ୍ଗଣାପଲ୍ଲୀ ସରପଞ୍ଚ ବି. ସୁଦାମ, ସୁନ୍ଦର ପୁର ସରପଞ୍ଚ ଗଗନ ବେହେରା, ସମିତି ସଭ୍ୟା ସୁଜ୍ଞାନୀ ସେଠି, ଚମାଖଣ୍ଡି ସରପଞ୍ଚ ସିଏଚ. ମନୋଜ କୁମାର ରେଡ୍ଡୀ, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଏସ. ସଂଜୀବ ରେଡ୍ଡୀ, ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ପୋଟ୍ଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, କାଳୀପଲ୍ଲୀ ସମିତି ସଭ୍ୟ ବିକାଶ ବେହେରା, ପି. ଚନ୍ଦ୍ର ମଣି ପାତ୍ର, ଆର୍ଯ୍ୟପଲ୍ଲୀ ସରପଞ୍ଚ ତ୍ରିଲୋଚନ ବେହେରା, ଆର. ଗୋବିନ୍ଦା, ବି. ଭୀମସେନ, ଯୁବ ନେତା ଅଭିରାମ ପ୍ରଧାନ, ଟିକିନା ଗୌଡ଼, ମହାନାଦପୁର ସରପଞ୍ଚ ରବିନ୍ଦ୍ର ରାଉଳ, ବାଉଳଗାଁ ସମିତି ସଭ୍ୟ ରାମ ପରିଡା, ଜ୍ୟୋତି ରଞ୍ଜନ ସାହୁ, ଅଶୋକ ପାଣିଗ୍ରାହୀ,ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଙ୍କ ସମେତ ବହୁ ଜନ ପ୍ରତନିଧି ଏବଂ ଛାମୁଆନେତା, ମିଶନ ଶକ୍ତି ମା ଓ ପଂଚାୟତ ର ବହୁ ଜନସାଧାରଣ ମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ଲୋକଙ୍କୁ ସଚେତନତା କରିଥିଲେ, ଏହା ସହିତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗ ଦେଇ ସେମାନଙ୍କ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ସୁବିଧା ସମ୍ପର୍କ ରେ କହିଥିଲେ, ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା, ଏହି କାର୍ଯ୍ୟକ୍ରମ ପରିଚାଳନା ରେ ପୂର୍ବତନ ସମିତି ସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ ଓ ସମିତି ସଭ୍ୟ ଏନ. ରମେଶ ରେଡ୍ଡୀ ଙ୍କ ସମେତ ପିଇଓ, ଜିଆରଏସ, ମିଶନ ଶକ୍ତି ର ସଭ୍ୟା ମାନେ ରେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ