ଏ ତୋଟାପଲ୍ଲୀ ଗ୍ରାମରେ ଏକ କଲ୍ୟାଣ ମଣ୍ଡପ କୁ ଉଦଘାଟନ କଲେ ବିଧାୟକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ବ୍ଲକ ଅନ୍ତର୍ଗତ ଶ୍ରୀ ରାମ ଚନ୍ଦ୍ର ପୁର ପଞ୍ଚାୟତ ଅଧୀନ ଏ. ତୋଟାପଲ୍ଲୀ ଗ୍ରାମରେ ଏକ କଲ୍ୟାଣ ମଣ୍ଡପ କୁ ରବିବାର ଶୁଭ ଉଦଘାଟନ କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା l ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା, ଛତ୍ରପୁର ବିଧାୟକ ଙ୍କ ହାତ ପାଣ୍ଠି ଓ ସମିତି ଅନୁଦାନରୁ ଏହାର ରୁପାନ୍ତରି କରଣ କରାଯାଇଛି l ଏହି କଲ୍ୟାଣ ମଣ୍ଡପ ହେବା ଦ୍ୱାରା ଗ୍ରାମବାସୀଙ୍କ ନିମନ୍ତେ ବେଶ ଉପାଦେୟ ହୋଇପାରିବ l ଏହି ଉଦଘାଟନି କାର୍ଯ୍ୟକ୍ରମ ରେ 19 ନଂ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ଛତ୍ରପୁର ବ୍ଲକ ଯୁବ ବିଜେଡି ସଭାପତି କାଳିଆ ନାହାକ, ଶ୍ରୀ ରାମ ଚନ୍ଦ୍ର ପୁର ସମିତିସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ ଓ ଗ୍ରାମ କମିଟି ସଭାପତି ହରିହର ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ