ତିହିଡି ଥାନାକୁ ବଦଳି ହେଲେ ବନ୍ତ ଥାନାଧିକାରୀ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁଙ୍କୁ ତିହିଡି ଥାନାକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ପିରହାଟ ଥାନାର ଓଆଇସି ଏସ୍‌.ଆଇ ଶ୍ରୀକାନ୍ତ ପତିଙ୍କୁ ବନ୍ତ ଥାନାକୁ ଅଣାଯାଇଛି । ସୋମବାର ଏନେଇ ଜିଲା ପୋଲିସ ମୁଖ୍ୟାଳୟରୁ ଆଦେଶନାମା ପ୍ରକାଶ ପାଇଛି । ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଆଦେଶନାମା ଅନୁଯାୟୀ ଜିଲାରେ ୩ ଜଣ ଇନ୍ସପେକ୍ଟର ଓ ୨ ଜଣ ଏସ.ଆଇଙ୍କର ବଦଳି ହୋଇଛି । ସେଥିମଧ୍ୟରେ ବନ୍ତ ଥାନାର ଆଇଆଇସି ଥିବା ଜଣାଯାଇଛି । ଅପରପକ୍ଷେ ଜାନୁଆରୀ ୧୫ରେ ବନ୍ତ ବ୍ଲକର ଦୁଇ ଜଣ ସାମ୍ବାଦିକ ଖବର ସଂଗ୍ରହ ପାଇଁ ବନ୍ତ ଥାନାକୁ ଯାଇଥିବା ବେଳେ ଥାନାଧିକାରୀ ସେମାନଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିଲେ । ଏହାର ପ୍ରତିବାଦରେ ଜାନୁଆରୀ ୧୯ରେ ଜିଲାର ବହୁ ସାମ୍ବାଦିକ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଆଲୋଚନା କରିଥିଲେ । ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଇ ପଦକ୍ଷେପ ନିଆଯିବ ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ସେତେବେଳେ ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ