ବରିଷ୍ଠ ସାମ୍ବାଦିକ ପତଞ୍ଜଳୀ କରଶର୍ମା ରାଜ୍ୟ ବିଜେପି ମିଡିଆ ପାନେଲିଷ୍ଟ ମନୋନୀତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବରିଷ୍ଠ ସାମ୍ବାଦିକ ତଥା ଭାରତୀୟ ଜନତା ପାର୍ଟିର ପ୍ରାକ୍ତନ ବନ୍ତ ବ୍ଲକ ସଭାପତି ପତଞ୍ଜଳୀ କରଶର୍ମାଙ୍କୁ ଦଳର ରାଜ୍ୟ ଗଣମାଧ୍ୟମ ପାନେଲିଷ୍ଟ ଭାବେ ମନୋନୀତ କରାଯାଇଛି । ସୋମବାର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବିଜେପି ରାଜ୍ୟ ମିଡିଆ ସେଲର ୧୨ ଜଣ ପାନେଲିଷ୍ଟଙ୍କ ମଧ୍ୟରେ ଭଦ୍ରକ ଜିଲାରୁ ପତଞ୍ଜଳୀ କରଶର୍ମାଙ୍କୁ ଏହି ମନୋନୟନ ତାଲିକାରେ ରଖାଯାଇଛି । ଶ୍ରୀ କରଶର୍ମା ଏହା ପୂର୍ବରୁ ଗତ ୨ ବର୍ଷ ହେଲା ରାଜ୍ୟ ବିଜେପି ବୁଦ୍ଧିଜୀବି ପ୍ରକୋଷ୍ଠର ସଦସ୍ୟ ଏବଂ ନିକଟରେ ନରେନ୍ଦ୍ର ମୋଦୀ ଆପ୍ ବା ନମୋ ଆପ୍ ଅଭିଯାନର ଜଣେ ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ । ପୂର୍ବରୁ ୨୦୧୨ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ସେ ଦଳର ବନ୍ତ ବ୍ଲକ ସଭାପତି ଭାବେ ସୂଚାରୁରୂପେ ଦାୟୀତ୍ୱ ନିର୍ବାହ କରିଥିଲେ । ଗତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭଦ୍ରକ ଜିଲାର ୧୪ନଂ. ଜିଲା ପରିଷଦ ଜୋନ୍ ଆଗରପଡା ମହତାବ ମଣ୍ଡଳରୁ ବିଜେପି ଜିଲା ପରିଷଦ ପ୍ରାର୍ଥୀ ହୋଇ ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇ ଥିଲେ । ଗତ ୨୮ ବର୍ଷ ହେଲା ରାଜ୍ୟର ବିଭିନ୍ନ ଜିଲାରେ ସାମ୍ବାଦିକତା ଦାୟୀତ୍ୱ ନିର୍ବାହ କରିଆସିଥିବା ଶ୍ରୀ କରଶର୍ମା ବନ୍ତ ପ୍ରେସ୍ କ୍ଲବର ପ୍ରତିଷ୍ଠାତା ସଭାପତି ତଥା ବନ୍ତ ନାଗରିକ ଅଧିକାର ସୁରକ୍ଷା ପରିଷଦର ଆବାହକ ଏବଂ ଅନ୍ତରାଷ୍ଟ୍ରୀୟ ଉପଭୋକ୍ତା କଲ୍ୟାଣ ସମିତିର ରାଜ୍ୟ ସଭାପତି ଭଳି ଅନେକ ସାମାଜିକ ସଂଗଠନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଆସିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଶାସକ ବିଜେଡି ସହ ଟକ୍କର ଦେଇ ରାଜ୍ୟରେ ସତ୍ତା ପରିବର୍ତ୍ତନ କ୍ଷେତ୍ରରେ ଏହି ପାନେଲିଷ୍ଟ ତାଲିକାରେ ସ୍ଥାନ ପାଇଥିବା ଶ୍ରୀ କରଶର୍ମାଙ୍କ ଭଳି ଅନୁଭବି ସାମ୍ବାଦିକ ମାନେ ବିଜେପିର ଏହି ନୂତନ ମିଡିଆ ସେଲକୁ ପ୍ରଭାବୀ କରିପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ