ହାଡ଼ ଭଙ୍ଗା ଶୀତରୁ ବନବାସୀଙ୍କୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଉପକୂଳରୁ ଉପାନ୍ତ ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ସପ୍ତାହେ ହେଲା ଅସହ୍ୟ ଶୀତ ଲହରି ଲାଗି ରହିଛି । ଥଣ୍ଡା ପାଗ ସାଙ୍ଗକୁ କାଲୁଆ ପବନ, ଦିନରେ ଥଣ୍ଡା, ରାତିରେ ବି ଥଣ୍ଡା । ହାଡ଼ ଭଙ୍ଗା ଜାଡ଼ ଜନଜୀବନକୁ ଏକ ପ୍ରକାର ଅସ୍ତବ୍ୟସ୍ତ କରି ପକାଉଛି । ବଣ ପାହାଡ଼ ଘେରା ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଅବସ୍ଥିତ ଅଗମ୍ୟ ଆଦିବାସୀ ପଲ୍ଲୀ କନ୍ଦଳେଇ ଏଥିରୁ ବାଦ୍ ପଡ଼ିନାହିଁ । ବନବାସୀଙ୍କୁ ଏହି ପାଗ ଅକଳରେ ପକାଇ ଦେଇଛି । ଜଳବାୟୁର ଏଭଳି ଆକସ୍ମିକ ପରିବର୍ତ୍ତନ ଯୋଗୁଁ ଅନେକ ବରିଷ୍ଠ ନାଗରିକ ପ୍ରଭାବିତ । ଯଦ୍ୱାରା କାହାକୁ ଥଣ୍ଡା ତ ଆଉ କାହାକୁ କାଶ ହେଉଥିବା ଦେଖିବାକୁ ମିଳିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଥଣ୍ଡାରୁ ଆଶ୍ୱସ୍ତି ପାଇବା ପାଇଁ ଚିନ୍ମୟୀ ଫାଉଣ୍ଡେସନ୍ ଟ୍ରଷ୍ଟ ପଲ୍ଲୀର ବରିଷ୍ଠ ନାଗରିକୁ ସହଯୋଗର ହାତ ବଢ଼ାଇଛି । ପଲ୍ଲୀର ପ୍ରତିଟି ବରିଷ୍ଠ ନାଗରିକଙ୍କୁ ଖଣ୍ଡିଏ ଲେଖାଏଁ ଶୀତବସ୍ତ୍ର ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଛି । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ସନ୍ତୋଷୀ ଜୈନ, ସାମାଜିକ କର୍ମୀ ତ୍ରିଲୋଚନ ବେଉରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ