ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ପୋଡାପାଟଣା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମହାପ୍ରଭୁଙ୍କର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । ସୋମବାର ନିକଟସ୍ଥ କପାଳୀ ନଦୀରୁ ୧୦୮ଟି କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ଯଥାରୀତି ପୂଜା କାର୍ଯ୍ୟ ଆରମ୍ଭ ହୋଇଛି । କର୍ତ୍ତା ଭାବରେ ନୟନା ପଲେଇ, ଶ୍ରୀଧର ପଲେଇ ଦାୟୀତ୍ୱ ତୁଲାଉଛନ୍ତି । ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ସୂର୍ଯ୍ୟ ପୂଜା, ଗୋ ପୂଜା, ଦେବତାନ୍ୟାସ, ଗୀତା ପାଠ, ଦେବ ପ୍ରବେଶ, ହନୁମାନ ଚାଳିଶା ପାଠ ଓ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ । ବୁଧବାର ପୂର୍ଣ୍ଣାହୂତି ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ