ଶିକ୍ଷାବିତ୍ ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ବାରିକଙ୍କ ସ୍ମୃତିଚାରଣ ସଭା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଓଡଙ୍ଗ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ବାରିକ(୮୬)ଙ୍କ ଏକାଦଶାହକ୍ରିୟା ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ଅବସରପ୍ରାପ୍ତ ଆୟକର ଅଧିକାରୀ ରଘୁନାଥ ପୁହାଣ, ପୋଡାପାଟଣା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ନାୟକ, ମଙ୍ଗୁଲୀ ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମାକାନ୍ତ ରାଉତ, ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଗୌରାଙ୍ଗ ଚନ୍ଦ୍ର ଖିଲାର, ବେଗନା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ବାରିକ, ରବିନ୍ଦ୍ର କୁମାର ବାରିକ, ସାବିତ୍ରୀ ପରିଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ବାରିକ ଜଣେ ଛାତ୍ରବତ୍ସଳ ଓ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଥିଲେ । ସେ ଗଣିଜାଙ୍ଗ, କାଦବରାଙ୍ଗ, ଓଡଙ୍ଗ, ସାନବର୍ଚ୍ଚିକୟାଁ ଆଦି ମଇ ବିଦ୍ୟାଳୟ ଗୁଡିକରେ ଦୀର୍ଘ ୪୦ ବର୍ଷ ଧରି ଶିକ୍ଷକତା କରି ୧୯୯୮ ମସିହାରେ ଚାକିରୀରୁ ଅବସର ନେଇଥିଲେ ବୋଲି ବକ୍ତା ମାନେ ସ୍ମୃତିଚାରଣରେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ