ସ୍ଥାନୀୟ ହିଲ ପାଟଣା ସ୍ଥିତ mav ବିଦ୍ୟାଳୟରେ ୫୦ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଈଯାଇଛି

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ମେହେର ଶ୍ରୀମତୀ ସାଙ୍ଗମିତ୍ରା ଦୋଳେଇ ସ୍ଵନମାନ ଅତିଥି ଭାବେ ଆମ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା କମିଶନର ଜେ. ସନାଲ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଡ଼ ଶ୍ରୀଦ୍ଧାର୍ଥ ଶଙ୍କର ପାଢ଼ୀ, ମୁଖ୍ୟ ବକ୍ତା ବିନାୟକ ଆଚଯ୍ୟ କଲେଜର ଅଧ୍ୟକ୍ଷା ଡ଼ ପ୍ରମିଳା ଖାଡ଼ଙ୍ଗା ଉପସ୍ଥିତ ଥିଲେ ଏହା ସହିତ ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପଣ୍ଡା, ବିଦ୍ୟାଳୟ ସମ୍ପାଦକ, ଶ୍ରୀ କୁମୁଦ ରଞ୍ଜନ ପାଢ଼ୀ ଏବଂ ଅଧ୍ୟକ୍ଷ ଦ୍ୱାରିକା ନାଥ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ଅନ୍ୟାନ୍ୟ ସଦସ୍ୟ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ ଅଧ୍ୟକ୍ଷ ଦ୍ୱାରିକାନାଥ ପଣ୍ଡା, ବାର୍ଷିକ ବିବରଣୀ ପାଠ କରିଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ପାଢ଼ୀ ଶ୍ରୀ ଦିବ୍ୟସିଂହ ପଟ୍ଟନାୟକ, ଶ୍ରୀମତି ପ୍ରଗତି ପଟ୍ଟନାୟକ ଏବଂ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ଏହି ବାର୍ଷିକ ଉତ୍ସବକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ଏହି ଉତ୍ସବରେ ବିଭିନ୍ନ ସାଂସ୍ୱକୃତୀ କାର୍ଯ୍ୟକ୍ରମ ଯଥା, ଓଡିଶା ନୃତ୍ୟ, ସମ୍ବଲପୁରୀ ନୃତ୍ୟ,ରାଜସ୍ଥାନୀ ନୃତ୍ୟ କେରଳୀ ନୃତ୍ୟ,ଇଂରାଜୀ ନାଟକ, ଓଡିଶା ନାଟକ ସହିତ ଅନେକ ନାଚ ଗୀତର ଆୟୋଜନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ