ମା’କୁତାମଚଣ୍ଡୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ

ନାଉଗାଁ, (ଓ୍ବାଇଏନ୍ଏସ୍) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଦେବୀଦୋଳସ୍ଥିତ ମା’କୁତାମଚଣ୍ଡୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମରେ ଓଡିଆ ଭାଷା ଓ ଜଗନ୍ନାଥ ସଂସ୍କୃତି ଉପରେ ପ୍ରତିଯୋଗିତା ଓ କର୍ମଶାଳାର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ସୁଜାତା ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନ ଉତ୍ସବରେ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରସନ୍ନ କୁମାର ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସୁଶାନ୍ତ କୁମାର ସ୍ୱାଇଁ,ପ୍ରକାଶ ମଲ୍ଲିକ, ଅଧ୍ୟାପିକା ଜାଗୃତି ମହାନ୍ତି, ଦମୟନ୍ତୀ ସାହୁ ପ୍ରମୁଖ ଯୋଗ ଦେଇ ଓଡିଆ ଭାଷାର ମହତ୍ୱ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା କରିଥିଲେ । ଉକ୍ତ ଉତ୍ସବକୁ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ