ପୁରୁଷ ଓ ମହିଳା ଭଲିବଲ୍ ଟିମ୍ ର ଭୁବନେଶ୍ଵର ଗସ୍ତ

ବାଲେଶ୍ୱର, (ସରୋଜ ପଣ୍ଡା) :ନୂଆ-ଓ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ବିଜେତା ହୋଇଥିବା ବାଲିଆପାଳର ପୁରୁଷ ଭଲିବଲ୍ ଟିମ୍ ଏବଂ ନୀଳଗିରିର ମହିଳା ଭଲିବଲ୍ ଟିମ୍ ବାଲେଶ୍ବର ଜିଲ୍ଲାକୁ ପ୍ରତିନିଧିତ୍ଵ କରି ରାଜ୍ଯ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ଆଜି ଭୁବନେଶ୍ଵର ଗସ୍ତ କରିଛନ୍ତି। ପ୍ରକାଶ ଥାଉକି ଆସନ୍ତା କାଲି ସେମାନେ ରାଜ୍ଯ ସ୍ତରୀୟ ପ୍ରତିଯୋଗିତାର ସାମନା କରିବେ। ଏଥି ନିମନ୍ତେ ଆଜି ସକାଳେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଳା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଉଭୟ ଦଳର ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଜଣାଇ ବିଦାୟ ଦେଇଥିଲେ ଏଵଂ ରାଜ୍ୟ ସ୍ତରରେ ସଫଳତା ହାସଲ କରିବା ପାଇଁ ଶୁଭ ମନାସି ଥିଲେ। ଉଲ୍ଲେଖ ଯୋଗ୍ୟ ଯେ ପୁରୁଷ ଭଲିବଲ୍ ଟିମ୍ ରେ ଜଣେ ପରିଚାଳକଙ୍କୁ ମିଶାଇ ମୋଟ ୧୬ଜଣ ସଦସ୍ୟ ରହିଥିବାବେଳେ ମହିଳା ଭଲିବଲ୍ ଟିମ୍ ରେ ଜଣେ ପରିଚାଳକଙ୍କୁ ମିଶାଇ ମୋଟ ୧୧ଜଣ ସଦସ୍ୟ ରହିଛନ୍ତି। ଉଭୟ ଟିମ୍ ସହ ଶ୍ରୀ ପୁରୁଷୋତ୍ତମ ଦାସ ଓ ସୁଶ୍ରୀ ବସୁମତୀ ଭୁୟାଁ ଏସ୍କର୍ଟ ଅଫିସର ଭାବେ ଗସ୍ତ କରିଛନ୍ତି। ଉଭୟ ଦଳର ସଦସ୍ୟ ମାନଙ୍କୁ ଜିଲ୍ଲାବାସୀଙ୍କ ତରଫରୁ ସଫଳତାର ଶୁଭକାମନା କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ