ନାମ୍ପୋ ହାଇସ୍କୁଲରେ ବନ୍ଧୁମିଳନ

ବାଲେଶ୍ୱର, (ସରୋଜ ପଣ୍ଡା) : ଅତୀତକୁ ଭୁଲି ଭବିଷ୍ୟତର ସ୍ବପ୍ନ ଦେଖୁଥିବା ମଣିଷ ବେଳେ ବେଳେ ଅତୀତକୁ ଫେରିଯିବାକୁ ଚାହେଁ। ସେଇଠି ତା’ର ପ୍ରାଣର ଅନେକ ଅମୂଲ୍ୟ ରତ୍ନ ଖୋଜି ପାଇଥାଏ। ସେହିପରି ଜଳେଶ୍ଵର ବ୍ଲକର ସମୃଦ୍ଧ ଗ୍ରାମ ନାମ୍ପୋ ଉଚ୍ଚ ବିଦ୍ୟାଳୟ ପରିସରରେ ୧୯୯୧ ମସିହାରେ ୧୦ମ ଉତ୍ତୀର୍ଣ୍ଣ ହୋଇ ଦୀର୍ଘ ୩୩ ବର୍ଷ ପରେ ସେହି ବ୍ୟାଚ୍ ର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷାକର୍ମୀଙ୍କର ଏକ ବନ୍ଧୁ ମିଳନ ପର୍ବ ଜାନୁଆରୀ ୨୮ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ପୂର୍ବତନ ପ୍ରଧାନ ଶିକ୍ଷକ ରବି ନାରାୟଣ ଦାଶ, ବର୍ଷୀୟାନ ଶିକ୍ଷକ ଜଗନ୍ନାଥ ପ୍ରଧାନ, ରମାକାନ୍ତ ପ୍ରଧାନ, ସଞ୍ଜୟ କୁମାର ଦାଶ, ଶିକ୍ଷାକର୍ମୀ ଚନ୍ଦ୍ରଶେଖର ସାମଲ, ପଶୁପତି ପାତ୍ର, ପ୍ରାଣକୃଷ୍ଣ ଦାସ ଉପସ୍ଥିତ ଥିଲେ। ସର୍ବ ପ୍ରଥମେ ଗୁରୁ ବନ୍ଦନା ସହିତ ସଭା ଆରମ୍ଭ ହୋଇଥିଲା। ପୁରାତନ ଛାତ୍ର ନବୀନ କୁମାର ପତି ବେଦପାଠ କରିଥିଲେ। ବସନ୍ତ କୁମାର ଦାସ ଓ ଅକ୍ଷୟ କୁମାର ଜେନା ସଭା ପରିଚାଳନା କରିଥିଲେ। ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ପ୍ରଦାନ ସହିତ ସେମାନଙ୍କର ଉନ୍ନତି କାମନା କରିଥିଲେ। ଛାତ୍ରଛାତ୍ରୀମାନେ ନିଜ ନିଜର ପୁରୁଣା ଦିନର ସ୍ମୃତିକୁ ନିଜର ବକ୍ତବ୍ୟ ମାଧ୍ୟମରେ ଉଜ୍ଜୀବିତ କରେଇଥିଲେ।
ସଭାକାର୍ଯ୍ୟ ପରେ ସମସ୍ତେ ମଧ୍ୟାହ୍ନ ଭୋଜନ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନେ ଗୀତ ଓ ନାଚର ତାଳେ ତାଳେ ବିଗତ ଦିନର ସ୍ମୃତି ଚାରଣ କରି କିଛି କ୍ଷଣ ହଜି ଯାଇଥିଲେ। ପ୍ରତିବର୍ଷ ଏହିପରି ବନ୍ଧୁ ମିଳନର ସଂକଳ୍ପ କରି ଫେରିଥିଲେ ନିଜର କର୍ମ କ୍ଷେତ୍ରକୁ। ପୁରାତନ ଛାତ୍ରୀ ଶେଫାଳୀ ଜେନା, ଗୌରୀ ସ୍ୱାଇଁ, ଅଞ୍ଜଳି ସୀଟ, ସଂଯୁକ୍ତା ପ୍ରଧାନ, ଜୟନ୍ତୀ ମହାନ୍ତି, ରୂପାଲୀ ଦାସ ଅଧିକାରୀ, ଅମ୍ରିତା ବାସୁ ତଥା ଛାତ୍ର ଚନ୍ଦନ ଚାନ୍ଦ, ଚିନ୍ମୟ ନନ୍ଦୀ, କପିଳ ଚନ୍ଦ, ନିଖିଳ ପରିଡ଼ା, ଯାମିନୀ ପାତ୍ର, ଗୌରାଙ୍ଗ ସାହୁ, ନିହାର ପଣ୍ଡା, କମଳ ଲୋଚନ ଦାସ, ପ୍ରଶାନ୍ତ ଦାସ, ଶ୍ରୀକାନ୍ତ ଦାସ, ସ୍ୱରୂପ ସିଂ, ଉତ୍ତମ ଜେନା, ତାରାପଦ ଘୋଷାଲ, ତପନ ଦେ, ରହିମ୍ ଖାନ୍, ଜୟନ୍ତ ପ୍ରଧାନ, ଲଲାଟେନ୍ଦୁ ରାଉଳ, ତନୁଜ ଦାସ, ଅନୀଲ ମହାନ୍ତି, ରଞ୍ଜନ ଭୂୟାଁ, ସିଦ୍ଧେଶ୍ୱର ଦାସ, ସର୍ବେଶ୍ଵର ପ୍ରଧାନ ଆଦି ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ