ମହାନ୍ ସଂଘ ପକ୍ଷରୁ ମହାତ୍ମା ଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ଅଂହିସା ର ପୂଜାରୀ ଗାନ୍ଧିଜୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ମହାନ୍ ସଂଘ ତରଫରୁ ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ବିଶ୍ବ ନିକେତନ ଜରା ନିବାସରେ ଫଳ, ବିସ୍କେଟ, ଇତ୍ୟାଦି ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ମହାନ ସଂଘ କାର୍ଯ୍ୟାଳୟ ରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଅଧ୍ୟକ୍ଷତା କରି ଗାନ୍ଧୀଙ୍କ ଚିନ୍ତା ଧାରାରେ ଅନୁପ୍ରାଣିତ ହୋଇ ଜୀବନ ଶୈଳୀ କୁ ଆଗକୁ ନେଇ ପାରିଲେ ଭବିଷ୍ୟତ ଉଜ୍ଜ୍ୱଳ ମୟ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ସଂଘ ସଭାପତି ଶ୍ରୀ ସାବତ “ଡେଡ୍ ବଡି ଫ୍ରିଜ୍ରର ” ସହର ବାସୀଙ୍କ ସେବାରେ ଉତ୍ସଗ୍ରିତ କରିଥିଲେ। ଶ୍ରୀ ସୌମିକ ସାହୁ, ଶ୍ରୀ ସୁରେଶ ତ୍ରିପାଠୀ, ଶ୍ରୀ ଭୀଷ୍ମଚାର୍ଯ୍ୟ ଚୌଧୁରୀ, ପ୍ରକାଶ ଭଜନୀ,ଡ.ଶ୍ରୀମତୀ ସନ୍ଧ୍ୟାରାଣୀ ପଟ୍ଟନାୟକ, ଶ୍ରୀ ସଞ୍ଜୟ ମାଝୀ, ଶ୍ରୀ ମହେନ୍ଦ୍ର ବେହେରା, ଶ୍ରୀ ମନରଞ୍ଜନ ପାଢ଼ୀ, ଶ୍ରୀମତି ବନ୍ଦିତା ତ୍ରିପାଠୀ, କର୍ଣଲ ଶ୍ରୀ ଅଶୋକ ତ୍ରିପାଠୀ ,ଶ୍ରୀ ହରିହର ମହାରଣା ଙ୍କ ସମେତ ବହୁ ସଦସ୍ୟ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ