ଓଡିଶା ମିଲେଟ୍ସ ମିଶନ ପକ୍ଷରୁ ଶେରଗଡ଼ ରେ ମାଣ୍ଡିଆ ମଣ୍ଡି ଉଦ୍ଧଘାଟିତ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କରଡ଼ାକଣା ପଞ୍ଚାୟତ ରେ କରଡ଼ାକଣା ସମବାୟ ସମିତି ଠାରେ ଓଡିଶା ମିଲେଟ୍ସ ମିଶନ ଆନୁକୂଲ୍ୟରେ ପ୍ରୋଗ୍ରେସ ସଂସ୍ଥା ଦ୍ୱାରା ଆଜି ମାଣ୍ଡିଆ ମଣ୍ଡି ଉଦଘାଟନ ହୋଇଯାଇଛି l ଏହି ମଣ୍ଡିରେ ବ୍ଲକ କୃଷି ଅଧିକାରୀ ଶ୍ରୀ ଜ୍ୟୋତି ରଞ୍ଜନ ମିଶ୍ର, ଚାଷୀମାନଙ୍କୁ ପ୍ରଥମେ ମଣ୍ଡୁଆ ର ଉପକାରଓ ମଣ୍ଡିର ସୁବିଧା ଏବଂ ଏହାର ଏମଏସପି ବିଷୟରେ ଚାଷୀଙ୍କୁ ବୁଝାଇଥିଲେ l ପରେ ବ୍ଲକ କୃଷି ଆଦିକାରୀ ଶ୍ରୀ ଜ୍ୟୋତି ରଞ୍ଜନ ମିଶ୍ର ମାଣ୍ଡିଆ ମଣ୍ଡିକୁ ଉଦଘାଟନ କରିବା ସହ ମିଲେଟ୍ସ ମିଶନ ସଚେତନତା ରଥକୁ ଶୁଭାରମ୍ଭ କରିଥିଲେ l ଏହି ମଣ୍ଡିରେ ଓଡିଶା ମିଲେଟ୍ସ ମିଶନ ଡିପିସି ସମୀର ରଞ୍ଜନ ଦାସ (ୱାସନ ), ପ୍ରୋଗ୍ରେସ ସଂସ୍ଥା ର ସେକ୍ରେଟାରୀ ସରୋଜ ପଟନାୟକ,ସ୍ଥାନୀୟ ସରପଞ୍ଚ ପ୍ରତିନିଧି ରାମକୃଷ୍ଣ ପଣ୍ଡା,ଗ୍ରାମ୍ୟ କୃଷି କର୍ମଚାରୀ ଅରୁଣ କୁମାର ପ୍ରଧାନ, କରଡ଼ାକଣା ସମବାୟ ସମିତି ସହ-ସମ୍ପାଦକ ଯୋଗେନ୍ଦ୍ର ବିଶୋଇ, ଓଡିଶା ମିଲେଟ୍ସ ମିଶନ ଶେରଗଡ଼ ବ୍ଲକ ସଂଯୋଜକ ରାଜୀବ ପ୍ରଧାନ, ସହ-ସଂଯୋଜକ କୈକେଶ ପ୍ରଧାନ, ସମସ୍ତ ସିଆରପି ଏବଂ ଆଖ ପାଖ ଅଞ୍ଚଳର ବହୁ ଚାଷୀ ଯୋଗଦେଇ ମଣ୍ଡିକୁ ସାଫଲ୍ୟ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ