ଭେଙ୍କଟେଶ୍ବର ଇଂଲିଶ ମିଡିୟମ ସ୍କୁଲର ୧୭ ତମ ବାର୍ଷିକ ଉତ୍ସବ ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଏନଏସି ଅଧିନସ୍ଥ ଭଗବତୀ ବିହାର ସ୍ଥିତ କୋଣାର୍କ ଅଂଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭେଙ୍କଟେଶ୍ବର ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ-୨୦୨୪ ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ପ୍ରସାଦ ରଂଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହରେ ଅତିଥି ଭାବରେ ଗୋପ ତହସିଲଦାର ରଞ୍ଜନ ପରିଡା, ଗୋପ ବିଇଓ ସୁଶୀଲ କୁମାର ବ୍ରହ୍ମା, ,କୋଣାର୍କ ଭଗବତୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅବତାର ମିଶ୍ର, ଲେଫ୍ଟନାଣ୍ଟ କର୍ଣ୍ଣେଲ ବିନୟ ଭୂଷଣ ମହାନ୍ତି ଓ ବିଦ୍ୟାଳୟର ଚ୍ୟାୟାରମ୍ୟାନ ଗୁଣନିଧି ମୁଦୁଲି,ଓ ଭେଙ୍କଟେଶ୍ବର ଇଂଲିଶ ମିଡିୟମ ସ୍କୁଲର ମୁଖ୍ୟ ପରିଚାଳକ ମାନସ କୁମାର ମୁଦୁଲି ପ୍ରମୁଖ ଯୋଗ ଦେଇ ବାର୍ଷିକ ଉତ୍ସବ ରେ ଅଂଶଗ୍ରହଣ କରି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କ ଉନ୍ନତି କାମନା କରିବା ସହ ଭବିଷ୍ୟତର ସଫଳତା କାମନା କରିଥିଲେ।ଉପସ୍ଥିତ ଅତିଥି ମାନେ ଛାତ୍ର ଛାତ୍ରୀ ମାନେ କିପରି ଆଗାମୀ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିବା ସହିତ ନିଜ ଅଞ୍ଚଳର ତଥା ଦେଶ ର କିପରି ମାନ ରଖିପାରିବେ ସେ ନେଇ ବିସ୍ତ୍ରୁତ ଭାବେ ଉପଦେଶ ଦେଇଥିଲେ । ଏକ ସୁସ୍ଥ ଓ ସଂଗଠିତ ସମାଜ ଗଠନ ରେ ଛତ୍ରଛାତ୍ରୀ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣବୋଲି ଅତିଥିମାନେ ମାନେ ନିଜ ବକ୍ତ୍ୟବ ରେ ପ୍ରକାଶ କରିଥିଲେ । ପରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ପ୍ରଦାନ କରି ସମ୍ଭର୍ଦ୍ଧିତ କରିଥିଲେ ।ଶେଷ ରେ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅତି ସୁନ୍ଦର ଭାବେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଭେଙ୍କଟେଶ୍ବର ଇଂଲିଶ ମିଡିୟମ ସ୍କୁଲର ମୁଖ୍ୟ ପରିଚାଳକ ମାନସ କୁମାର ମୁଦୁଲିଙ୍କ ସମେତ ବିଦ୍ୟାଳୟର ବିସ୍ମିତା ମହାପାତ୍ର, ଗୀତାଞ୍ଜଳି ମହାରଣା, ରାଜଶ୍ରୀ ଜେନା, ସସ୍ମିତା ଖଟୋଇ, ସଂଘମିତ୍ରା ତ୍ରିପାଠୀ, ବର୍ଷାରାଣୀ ଜେନା, ଶ୍ୱେତାରାଣୀ ବସ୍ତିଆ, ମୌସୁମୀ ରାଉତରାୟ, ଲକ୍ଷ୍ମୀ ପ୍ରିୟା ମହାପାତ୍ର, ଶ୍ରଦ୍ଧାଞ୍ଜଳି ଜେନା, ଶ୍ରଦ୍ଧାଞ୍ଜଳି ପ୍ରିୟଦର୍ଶୀନି, ଲିପ୍ସା ସାହୁ, ନିଳିମା ଶତପଥୀ,ପ୍ରେମ ଶଙ୍କର ପୂଜାରୀ, ଅନୁପମା କର, ସୋମିୟ ରଂଜନ ବରାଳଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ