ତକ୍ଷ ଶୀଳା ଆବାସିକ ବିଦ୍ୟାଳୟ ର ୨୩ତମ ବାର୍ଷିକ ଉତ୍ସବ ପାଳିତ

କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଅଙ୍କୁଶପୁର ତକ୍ଷ ଶିଳା ଆବାସିକ ବିଦ୍ୟାଳୟ ର ୨୩ ତମ ବାର୍ଷିକ ଉତ୍ସବ ରବିବାର ଦିନ ପାଳିତ ହୋଇଥିଲା ! ଏଥିରେ ମୁଖ୍ୟ ଅତିଥି ରୂପେ ଖଲିକୋଟ ଏକକ ବିଦ୍ୟାଳୟ ର ଉପକୂଳ ପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି , ସାନମାନୀୟ ଅତିଥି ରୂପେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର , ଲେଫନଣ୍ଡ କର୍ଣ୍ଣଲ ଗୌରବ ଜୟସିଂ , ସମାଜ ସେବୀ ସୁଶାନ୍ତ ସାବତ , ୧୦ ନଂ ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ , ସ୍ଥାନୀୟ ସରପଞ୍ଚ ମୁରଲୀ ସେଠୀ , ସମିତି ସଭ୍ୟା ପ୍ରତିନିଧି ସୁରେଶ ସେଠୀ ପ୍ରମୁଖ ଉତ୍ସବ ରେ ଯୋଗଦାନ କରିଥିଲେ ! ବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷ ବଜରଙ୍ଗ ଲାଲ ଚୌଧୁରୀ , ସମ୍ପାଦକ ପବନ ଚୌଧୁରୀ , ରବିଶଙ୍କର ଚୌଧୁରୀ , ଅନୁଷ୍ଠାନ ର ଅଧକ୍ଷ ନାଗେଶ୍ୱର ରାଓ , ଶିକ୍ଷକ ବିନୋଦ ପାଢ଼ୀ , ବିଦ୍ୟାଳୟ ର ଉନ୍ନତ ମନର ଶୈକ୍ଷିକ ବିକାଶ ଧାରାକୁ ବାଜୟ ରଖିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ ! ବିଦ୍ୟାଳୟ ପରିଚାଳନା କମିଟି ର chairman ଆମନ୍ତ୍ରିତ ଅତିଥି ମାନଙ୍କୁ ପାଛୋଟି ନେଇ ଉପଢୌକାନ ପ୍ରଦାନ କରିଥିଲେ ! କାର୍ଯ୍ୟକ୍ରମ କୁ ଶିକ୍ଷୟିତ୍ରୀ ଜୋଛନା ମିଶ୍ର , ପି ନାଭିୟା ମଞ୍ଚ ପରିଚାଳନା କରିଥିବା ବେଳେ କଳ୍ପନା ପାତ୍ର ଧନ୍ୟବାଦ ଦେଇଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ