ରାଜ୍ୟପାଳଙ୍କୁ ଭେଟିଲେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ପ୍ରାୟ ଦେଢବର୍ଷ ଧରି ପ୍ରାଥମିକ ଶିକ୍ଷକମାନଙ୍କର ଦାବି ପୂରଣ ନ ହେବାରୁ ପୁଣି ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନ କରି ସରକାରଙ୍କୁ ଦାବିପତ୍ର ଦେବାକୁ ଚାହୁଁଥିଲେ । ଧାରଣା ପାଇଁ ପୋଲିସ୍ ପ୍ରଶାସନ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଭାବେ ପ୍ରାଥମିକ ଶିକ୍ଷକମାନଙ୍କୁ ଅନୁମତି ପତ୍ର ଦେଲେ ନାହିଁ । ଏହାକୁ ତୀବ୍ର ନିନ୍ଦା କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଓଡ଼ିଶା । ପୋଲିସ୍ ପ୍ରଶାସନର ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ ବିରୁଦ୍ଧରେ ମହାମହିମ ରାଜ୍ୟପାଳ ଓଡ଼ିଶାକୁ ଭେଟିଛନ୍ତି ପ୍ରାଥମିକ ଶିକ୍ଷକ ସଂଘର ନେତୃମଣ୍ଡଳୀ । ପ୍ରାଥମିକ ଶିକ୍ଷାରେ ଠିକା/ସ୍କିମାଟିକ ଶିକ୍ଷକ ନିଯୁକ୍ତି, ୨୦୧୮ରୁ ୨୦୨୩ ମଧ୍ୟରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକମାନଙ୍କୁ ତୁରନ୍ତ ନିୟମିତ କରିବା, ଏକ୍ସ-କ୍ୟାଡ଼ରମାନଙ୍କୁ ଯୋଗ୍ୟତାଭିତ୍ତିରେ କ୍ୟାଡ଼ରଭୁକ୍ତ କରିବା, କଳା ଓ କ୍ରିଡ଼ା ଶିକ୍ଷକମାନଙ୍କର କ୍ୟାରିୟର ଆଡ଼ଭାନ୍ସମେଣ୍ଟ ପଲିସ୍ କରିବା, ସମସ୍ତ ପ୍ରାଥମିକ ଶିକ୍ଷକମାନଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ଦେବା ଓ ସମସ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ପୁରୁଣା ପେନସନ ଲାଗୁ କରିବା, ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ବିକାଶ କରିବା, ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଅଧିକ ବ୍ୟୟବରାଦ କରିବା ଆଦି ଦାବିଗୁଡ଼ିକ ମହାମହିମ ରାଜ୍ୟପାଳଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ପୋଲିସ୍ ପ୍ରଶାସନର ଏଭଳି କାର୍ଯ୍ୟ ଓ ଦାବିଗୁଡ଼ିକ ପୂରଣ ନିମନ୍ତେ ମହାମହିମ ରାଜ୍ୟପାଳ ତୁରନ୍ତ ହସ୍ତକ୍ଷେପ କରିବାକୁ ସଂଘ ତରଫରୁ ଅନୁରୋଧ କରାଯାଇଥିଲା । ମହାମହିମ ରାଜ୍ୟପାଳ ଏ ଦିଗରେ ଦୃଷ୍ଟି ଦେବା ସହ ତୁରନ୍ତ ହସ୍ତକ୍ଷେପ କରି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଓଡ଼ିଶାର ସଭାପତି ବ୍ରହ୍ମାନନ୍ଦ ମହାରାଣାଙ୍କ ନେତୃତ୍ୱରେ ଏକ ୭ ଜଣିଆ ଶିକ୍ଷକ ନେତୃମଣ୍ଡଳୀ ମଙ୍ଗଳବାର ପୂର୍ବାହ୍ନରେ ରାଜଭବନ ଯାଇ ମହାମହିମ ରାଜ୍ୟପାଳଙ୍କ ସହିତ ଶିକ୍ଷକମାନଙ୍କର ଦାବି ଓ ପୋଲିସ୍ ପ୍ରଶାସନର ଅଗଣତାନ୍ତ୍ରିକ କାର୍ଯ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ, କାର୍ଯ୍ୟକାରୀ ସଭାପତି ସୁଧାଂଶୁ ମଣ୍ଡଳ, ଶ୍ରୀକାନ୍ତ ବାରିକ, ଉପସଭାପତି ଦିଲ୍ଲିପ କୁମାର ମିଶ୍ର, ସଂଗଠନ ସମ୍ପାଦିକା ଆଭାଲିନ ପରିଡ଼ା, ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ