ତେଲୁଗୁ ୟୋଦ୍ଧାସଙ୍କୁ ପରାସ୍ତ କରି ଶୀର୍ଷରେ ପହଂଚିଲା ଗୁଜରାଟ ଜାଏଂଟ୍ସ

କଟକ,(ଯୁଗାବ୍ଦ ନ୍ୟୁଜ) : ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ସୋମବାର ତେଲୁଗୁ ୟୋଦ୍ଧାସଙ୍କୁ ୪୨-୨୨ ପଏଂଟରେ ପରାସ୍ତ କରି ଅଲଟିମେଟ ଖୋ ଖୋ ସିଜନ-୨ ଟେବୁଲର ଶୀର୍ଷରେ ପହଂଚିଛି ଗୁଜରାଟ ଜାଏଂଟସ । ଗୁଜରାଟ ଜାଏଂଟସର ଡିଫେଣ୍ଡରମାନେ ମୋଟ ୮ଟି ଡ୍ରିମ ରନ୍ ପଏଂଟ ହାସଲ କରିଥିବାବେଳେ ଦୃଢ଼ ରକ୍ଷଣାତ୍ମକ ପ୍ରଦର୍ଶନ ବଳରେ ଏହି ବିଜୟ ହାସଲ କରିଥିଲେ । ଗୁଜରାଟ ଜାଏଂଟସ ପକ୍ଷରୁ ଅର୍ଣ୍ଣବ ପାଟନକର ଓ ଭି ସୁବ୍ରମଣି ୧୦ ପଏଂଟ ଲେଖାଏଁ ହାସଲ କରିବା ସହିତ ଖେଳକୁ ଆକ୍ରମଣାତ୍ମକ ଭାବେ ଆଗକୁ ବଢ଼ାଇଥିଲେ । ଗୁଜରାଟ ଜାଏଂଟ୍ସ ଚମତ୍କାର ରକ୍ଷଣାତ୍ମକ ପ୍ରଦର୍ଶନ କରି ମ୍ୟାଚ୍ ଆରମ୍ଭ କରିଥିଲା । ବିନାୟକ ପୋକାର୍ଡେ, ଅକ୍ଷୟ ଭଙ୍ଗରେ ଏବଂ ରାମ ମୋହନଙ୍କ ପ୍ରଥମ ବ୍ୟାଚ୍ ତେଲୁଗୁ ୟୋଦ୍ଧାସ ଆକ୍ରମଣକାରୀଙ୍କ ଚାରିପଟେ ରିଂ ଚଳାଇଥିଲା । ଏହା ସରିବା ବେଳକୁ ସେମାନେ ୫ଟି ଡ୍ରିମ ରନ ପଏଂଟ ହାସଲ କରିଥିଲେ । ପ୍ରଥମ ପାଳି ଶେଷ ସୁଦ୍ଧା ତେଲୁଗୁ ୟୋଦ୍ଧାସ ମାତ୍ର ୮-୫ରେ ଆଗୁଆ ରହିଥିଲେ । ୨ୟ ପାଳିରେ ଇନିଂସ ଶେଷ ହେବା ବେଳକୁ ସ୍କୋର ଗୁଜରାଟ ଜାଏଂଟ୍ସ ସପକ୍ଷରେ ୧୯-୧୨ ରେ ପହଂଚିଥିଲା । ମ୍ୟାଚକୁ ଫେରିବା ପାଇଁ ତେଲୁଗୁ ୟୋଦ୍ଧାସକୁ ବଡ଼ ପ୍ରଦର୍ଶନ ର ଆବଶ୍ୟକତା ଥିଲା, କିନ୍ତୁ ତାହା ହୋଇପାରିନଥିଲା । ଗୁଜରାଟ ଜାଏଂଟ୍ସର ଆକ୍ରମଣକାରୀମାନେ ଟର୍ଣ୍ଣ-୪ରେ ଦମଦାର ପ୍ରଦର୍ଶନ କରିବା ସହିତ ଆରାମଦାୟକ ବିଜୟ ସହିତ ମ୍ୟାଚର ସମାପ୍ତି କରିଥିଲେ । ମଙ୍ଗଳବାର ଗ୍ରୁପ୍ ମ୍ୟାଚର ଅନ୍ତିମ ରାଉଣ୍ଡରେ ଓଡ଼ିଶା ଜଗରନଟ୍ସ ମୁମ୍ବାଇ ଖିଲାଡିକୁ ଭେଟିବାକୁ ଯାଉଥିବାବେଳେ ଚେନ୍ନାଇ କ୍ୱିକ ଗନ୍ସ ଓ ଗୁଜରାଟ ଜାଏଂଟ୍ସ ସହ ମୁହାଁମୁହିଁ ହେବ ।

ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍‌ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି । ଏହା ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା । ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍‌ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ ସୋନି ସ୍ପୋର୍ଟସ୍ ନେଟ୍‌ୱର୍କର ଚ୍ୟାନେଲ ଓ ସୋନି ଲିଭ୍‌ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।

ଆଜିର ୧ମ ମ୍ୟାଚରେ ବିଜୟୀ ଦଳ ଗୁଜରାଟ ଜାଏଂଟ୍ସରେ ଅଭିନନ୍ଦନ ପାଟିଲ, ଅକ୍ଷୟ ଭଙ୍ଗରେ, ସୁୟଶ ଗାର୍ଗାଟେ, ନିଲେଶ ଯାଦବ, ପି ନରସାୟା, ଫୈଜାନଖା ପଠାନ, ରାଜବର୍ଦ୍ଧନ ପାଟିଲ, ଭି ସୁବ୍ରମଣି, ଦୀପକ ମାଧବ, ଶୁଭମ ଥୋରାଟ, ଗଭରା ଭେଙ୍କଟେଶ, ସଂକେତ କଦମ, କୋନ୍ଧଲକର ରୂପେଶ, ଭରତ କୁମାର, ପବନି ଶବର, ବିନାୟକ ପୋକର୍ଡେ, ରାମ ମୋହନ, ଭି କାବିଲାନ, ଅର୍ଣ୍ଣବ ପାଟନକର, ଅଲଫାଜ ଏଚ ନାଦାଫ, ବାସଭେ ରବି, ଅଭିଜିତ ପାଟିଲ, ସଲିମ ଖାନ, ବିଜେଶ କୁମାର ଏବଂ ହରିଶ ମହମ୍ମଦ ପ୍ରମୁଖ ସାମିଲ ଥିଲେ । ସେହିଭଳି ତେଲୁଗୁ ୟୋଦ୍ଧାସରେ ଅରୁଣ ଗୁଙ୍କି, ଅବଧୁତ ପାଟିଲ, ପ୍ରତୀକ ୱାଇକର, ଅଧିକାର ଗାନପୁଲେ, ରାହୁଲ ମଣ୍ଡଳ, ନିଖିଲ ବାଘେ, ମିଲିନ୍ଦ ଚାଭରେକର, ଆକାଶ ତୋଗାରେ, କିରଣ ଭାସାଭେ, ଧ୍ରୁବ, ପ୍ରସାଦ ରାଡ଼ି, ରୁଦ୍ର ଥୋପାଟେ, ପ୍ରେମ ରାଣ୍ଡିଭ, ବୈଭବ ନିପ୍ପାନେ, ସୌରଭ ଆଡଭାକର, ବିଜୟଭାଇ ଭେଗଡ଼, ଅନୁକୁଳ ସରକାର, ଏମ ଫନି କୁମାର, ମହାମଦ ଉଜେର ହାରୁନ ମୋମିନ୍‌, ମାତଲୁମ, ଲିପୁନ ମୁଖୀ, ଅର୍ଜୁନ ବିଶୁକର୍ମା, ପ୍ରସାଦ ପାଟିଲ, ବୋଜଜମ ରଂଜିତ୍ ଏବଂ ରଜତ ମଲ୍ଲିକ ଆଦି ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ