ଦି ଇକୋ ୱାରିୟର, ଗଞ୍ଜାମ ପକ୍ଷରୁ ରକ୍ତଦାନ ଶିବିର

ଗଞ୍ଜାମ, (ବିନୋଦ ପଲାଇ):୭୫ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗଞ୍ଜାମ ସ୍ବେଛାସେବୀ ସଂଗଠନ ଇକୋ ୱାରିୟର,ଗଞ୍ଜାମ ପରିବାର ପକ୍ଷରୁ ସ୍ଥାନୀୟ ଭାରତୀ ବିଦ୍ୟାପୀଠ ସଭା ଗୃହଠାରେ ଶୁକ୍ରବାର ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାସିମ ୟୁନିଟ ହେଡ ଅଜୟ ଗୁପ୍ତା ସାମିଲ ହୋଇ ଉଦଘାଟନ କରିଥିଲେ । ରକ୍ତ ଦାନ ମହତଦାନ, ଜଣେ ଗରିବ ରୋଗୀର ଜୀବନ ବଞ୍ଚାଇବା ପାଇଁ ଏହାର ନିହାତି ଆବଶ୍ୟକ ରହିଛି ବୋଲି ସେ କହିବା ସହ ପ୍ରତିବର୍ଷ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଏହିପରି ମହତ କାର୍ଯ୍ୟରେ ସାମିଲ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଥାନା ଅଧିକାରୀ ସୁମିତ୍ରା ପାତ୍ର, ଶ୍ରମିକ ନେତା ତଥା ବିଜେଡି ଉପସଭାପତି ଶଙ୍କର ଦାସ, ଯୁବନେତା ତଥା ସମାଜସେବୀ ସନ୍ତୋଷ ରେଡ୍ଡୀ, ଗଞ୍ଜାମ ଏନଏସି ଅଧ୍ୟକ୍ଷା ପ୍ରତିନିଧି ବିନୋଦ ପାଢ଼ୀ, ବରିଷ୍ଟ ନାଗରିକ ସଭାପତି ଲିଙ୍ଗରାଜ ପଟ୍ଟନାୟକ,ଗୌରୀ ଶଙ୍କର ପାଢ଼ୀ, ଉପସଭାପତି ରବିନ୍ଦ୍ର ପଣ୍ଡା,ଲକ୍ଷ୍ମୀ ଚରଣ ପାଢ଼ୀ,ବିନୋଦ ମହାପାତ୍ର, ସୁଦାମ ଜେନା,ଗ୍ରାସୀମ ଇଣ୍ଡଷ୍ଟ୍ରି ଏଚ ଆର ହେଡ଼ ନିରୋଜା ପଟ୍ଟନାୟକ , ଗ୍ରାସୀମ ଲୋକ ସମ୍ପର୍କ ସୂଚନା ଅଧିକାରୀ ସୁସ୍ମିତା ବେହେରା, ପରିବେଶବିତ ଶଙ୍କର ନାରାୟଣ ବେଜ ଯୋଗଦେଇ ରକ୍ତଦାତଙ୍କୁ ଉତ୍ସାହିତ କରିଥିଲେ l ବ୍ରହ୍ମପୁର ରକ୍ତ ଭଣ୍ଡାର ଡକ୍ଟର ଓ ସଦସ୍ୟ ଯୋଗଦାନ କରି ୬୬ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଇକୋ ୱାରିୟର ପକ୍ଷରୁ ସମସ୍ତ ରକ୍ତଦାତଙ୍କୁ ଗୋଟିଏ ଚାର ବଣ୍ଟନ କରାଯାଇ ଜୀବନ ପାଇଁ ଯେପରି ରକ୍ତ ବିନ୍ଦୁ ଟିଏ ଲୋଡ଼ା ସେପରି ପରିବେଶ ପାଇଁ ବୃକ୍ଷ ଲୋଡ଼ା ବୋଲି ବାର୍ତ୍ତା ଦିଆଯାଇଥିଲା। ସେହିପରି ଇକୋ ୱାରିଓର ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ହୋଇଥିବା ପରିବେଶ ସମ୍ବନ୍ଧୀୟ କୁଇଜ୍ ପ୍ରତିଯୋଗୀତାରେ ବିଜେତା ଛାତ୍ର ଛାତ୍ରୀ ଅଂଶୁମାନ ତ୍ରିପାଠି, ରିତେଶ ନାୟକ, ଅମ୍ରିତା ଭାରତୀ ବେହେରା, ଆୟୁଷ୍ମାନ ଦାଶ ଏବଂ ରଲି ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ରକ୍ତଦାନ ଶିବିରକୁ ଈକୋ ୱାରିୟର ପରିବାରର ,ପ୍ରଭାତ ବିଶ୍ବାଳ, ଦୁର୍ଗା ମାଧବ ପାଣିଗ୍ରାହି ,ସିମାଞ୍ଚଳ ଦାସ,ସନ୍ତୋଷ ତରାଇ, ଅଖିଳ ତରାଇ, ପ୍ରଣବ ପ୍ରଧାନ, ଗୁରୁନାଥ ରେଡ୍ଡୀ, ପ୍ରଭାତ ସାହୁ,ଦୁର୍ଯୋଧନ ରେଡ୍ଡୀ, ଅକ୍ଷୟ ପଲାଇ,କିରତ ରେଡ୍ଡୀ,ପୂର୍ଣ୍ଣଚନ୍ଦ୍ର ରେଡ୍ଡୀ, କରୁଣାକର ରେଡ୍ଡୀ,ଟୁକୁନା ରେଡ୍ଡୀ, ତ୍ରିପତି ସାହୁ,ବଳରାମ ରେଡ୍ଡୀ, ସଂଜୟ ସ୍ୱାଇଁ,ଦିପୁ ପଲାଇ ଆଦି ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ