ନବୋଦୟ ଛାତ୍ରୀ ମୃତ୍ୟୁ ଘଟଣାର ପୋଷ୍ଟ ମୋର୍ଟମକୁ ନେଇ ଡାକ୍ତରଙ୍କୁ ଜୋତା ମାଡ଼ ଦେଲେ ଛାତ୍ରୀଙ୍କ ମାଆ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ନବୋଦୟ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାର ପୋଷ୍ଟ ମୋର୍ଟମରେ ଭୁଲ ରିପୋର୍ଟ ଦେଇଥିବା ଅଭିଯୋଗରେ ମୃତ ଛାତ୍ରୀଙ୍କ ମା ସମ୍ପୃକ୍ତ ଡାକ୍ତରଙ୍କୁ ଜୋତା ମାଡ଼ ଦେଇଥିବା ଭଳି ମୋ ଝିଅର ସଠିକ୍ ପୋଷ୍ଟମର୍ଟମ ରିପୋର୍ଟ ଦେ। ଅଭାବନୀୟ ଘଟଣା ଘଟିଛି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଏଠାରେ ସୂଚନାଯୋଗ୍ୟଯେ ୨୦୨୩ ଫେବୃଆରୀ ୧୯ରେ ପାରଳାଖେମୁଣ୍ଡି ନିକଟସ୍ଥ ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତଙ୍କ ଝୁଲନ୍ତା ମୃତଦେହ ସ୍କୁଲ ପରିସରରୁ ଠାବ ହୋଇଥିଲା। ଝିଅକୁ ହତ୍ୟା କରି ଝୁଲେଇ ଦେଇଥିବା ତାଙ୍କ ମାଆ ସୁଜ୍ଞାନୀ ରଇତ ଅଭିଯୋଗ କରିଥିଲେ । ନ୍ୟାୟ ଦାବିରେ ବିଭିନ୍ନ ସମୟରେ ଧାରଣା ଦେବା ସହ ଗୁହାରି କରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଗତ ନଭେମ୍ବର ମାସରୁ ଆସିଛି । ମାତ୍ର ଏହା ସଠିକ ନୁହେଁ ବୋଲି ମୃତକଙ୍କ ମାଆ ଅନେକ ଥରଅଭିଯୋଗ ଆଣିବା ସହ ସଠିକ୍ ରିପୋର୍ଟ ପ୍ରଦାନ କରିବାକୁ ଗୁହାରି କରିଆସିଛନ୍ତି। ମାତ୍ର ତାଙ୍କ ଗୁହାରିକୁ ଡାକ୍ତର କିମ୍ବା ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇନଥୁବା ସେ କହିଛନ୍ତି । ଏହାକୁ ନେଇ ତାଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇ ଆଜି ଉଗ୍ର ରୂପ ନେଇଥିଲା।ଗତକାଲି ନବୋଦୟ ଛାତ୍ରୀର ମା ସୁଜ୍ଞାନୀ ଦେବୀ ତାଙ୍କ ଝିଅର ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ଚାମ୍ବରରେ ପଶି ଗାଳିଗୁଲଜ କରିବା ସହ ଧସ୍ତାଧସ୍ତି କରିଥିଲେ । ସଠିକ୍ ରିପୋର୍ଟ ପ୍ରଦାନ କରିବାକୁ ଦାବି କରି ଝିଅକୁ ଝୁରି ଝୁରି ଦିନ କାଟୁଥିବା ମାଆ ନ୍ୟାୟ ପାଇଁ ଦୌଡ଼ି ଦୌଡ଼ି ଭାଙ୍ଗି ପଡ଼ିଛି ବୋଲି ପ୍ରକାଶ କରି ପୋର୍ଟମର୍ଟମ ରିପୋର୍ଟରେ ଡାକ୍ତର ସୁଇସାଇଡ୍ ଲେଖିଥିବା ବେଳେ ସଠିକ୍ ରିପୋର୍ଟ ପ୍ରଦାନ କରିବାକୁ କହିବା ସହ ଚପଲରେ ଡାକ୍ତରଙ୍କୁ ମାଡ଼ ମାରିଥିଲେ । ଡାକ୍ତର ଏହାର ପ୍ରତିବାଦ କରିବା ସହ ଚାମ୍ବରରୁ ବାହାରି ଆସିଥିଲେ। ବାହାରେ ପ୍ରବଳ ଗହଳି ଥିଲେ ମଧ୍ୟ ନ୍ୟାୟ ଦାବି କରି ମହିଳା ଜଣଙ୍କ ଚପଲରେ ଡାକ୍ତରଙ୍କୁ ମାଡ଼ ମାରିଥିବା ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରୁ ଜଣାପଡ଼ିଛି। ଡାକ୍ତର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣାକୁ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ହସ୍ପିଟାଲରେ ସୁରକ୍ଷା କର୍ମଚାରୀ ରହିଥିବା ସତ୍ତ୍ୱେ ଜଣେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ କିଭଳି ଆକ୍ରମଣ ହୋଇଛି ପଚାରିବାରେ କମ୍ ସଂଖ୍ୟକ ସୁରକ୍ଷା କର୍ମୀ ରହିଥ‌ିବାରୁ ଏଭଳି ଘଟଣା ଘଟିଥିବା ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି ଏଡିଏମଓ ପ୍ରମୋଦ ପଣ୍ଡା. ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଡାକ୍ତର ଲିଖିତ ଅଭିଯୋଗ କରିଛନ୍ତି। ମାମଲା ରୁଜୁ କରି ଘଟଣା ତଦନ୍ତ କରାଯାଉଥିବା କହିଛନ୍ତ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି। ସମ୍ପୃକ୍ତ ଘଟଣା ନେଇ ଆଜି ମୃତ ଛାତ୍ରୀଙ୍କ ମା ସୁଜ୍ଞାନୀ ମଣ୍ଡଳ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତିଯେ ମୋ ଝିଅର ମୃତ୍ୟୁ ଘଟଣାର ପୋଷ୍ଟ ମୋର୍ଟମରେ ବହୁ ଅନିୟମିତତା ହୋଇଛି. ବ୍ୟାପକ ଟଙ୍କା କାରବାର ଯୋଗୁଁ ପୋଷ୍ଟ ମୋର୍ଟମ ରିପୋର୍ଟକୁ ଭୁଲ ଦର୍ଶାଯାଇଛି. ଏଭଳି ଅନ୍ୟାୟକୁ ବରଦାସ୍ତ ନ କରି ଗତକାଲି ପ୍ରତିବାଦ ଜଣାଇଥିଲି. ହେଲେ ଏଥିରେ ସମ୍ପୃକ୍ତ ଡାକ୍ତର ଶଶିକାନ୍ତ ମିଶ୍ର ଓ ଡାକ୍ତର ସାନ୍ତୁନୁ ପାଢ଼ୀ ବଳପୂର୍ଵକ ମୋତେ ଟଣା ଓଟରା କରିଛନ୍ତି. ଏହାର ଯଥେଷ୍ଟ ପ୍ରମାଣ ରହିଛି. ଏହି ପ୍ରମାଣକୁ ନେଇ ପାରଳା ଥାନାରେ ମକଦ୍ଦମା ରୁଜୁ କରିବା ସହ ମୋର ପ୍ରକୃତ ନ୍ୟାୟ ପାଇଁ ମୋର ଉଦ୍ୟମ ଜାରି ରଖିବି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ