୪ ଦଫା ଦାବୀ ପୂରଣ ନେଇ ଗଜପତିରେ ପ୍ରାଣୀ ଚିକିତ୍ସା ସେବା ସଂଘର ଆନ୍ଦୋଳନ ପହଞ୍ଚିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):୪ଦଫା ଦାବି ନେଇ ଗଜପତି ଜିଲ୍ଲାରେ ପ୍ରାଣୀ ଚିକିତ୍ସକମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୧୪ ଦିନରେ ପହଞ୍ଚିଛି. ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସାକମାନେ କଳା ବ୍ୟାଜ ପିନ୍ଧି ଶାଧି ପୂର୍ଣ ଭାବେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ । ଦୀର୍ଘ ବର୍ଷ ଧରି ବିନା ପଦୋନ୍ନତିରେ ତିନି ଗୁଣ କାର୍ଯ୍ୟ ଭାର ବହନ କରି ନିଜର ସେବା ଜାରି ରଖୁଥୁବା ଓଡ଼ିଶାର । ଚିକିତ୍ସକମାନେ ଦୀର୍ଘ ଦିନ ଧରି ସରକାରଙ୍କ ନିକଟରେ ଦାବି କଲେ ମଧ୍ୟ ଦାବି ପୂରଣ ହେଉନଥିବାରୁ ସମୁହ ଛୁଟିରେ ରହି କଳା ବ୍ୟାଜ ପିନ୍ଧି ଶାଢି ପୂର୍ଣ ଭାବେ ଆନ୍ଦୋଳନ କରିଛନ୍ତି। ସେମାନଙ୍କ ଦାବି ଗୁଡିକ ହେଲା ପ୍ରାଣୀଚିକିତ୍ସା ସେଢା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ୨୪ ଘଣ୍ଟା ସେବା ବ୍ୟବସ୍ଥା, ବିଶେଷଜ୍ଞ ସେବା ବ୍ୟବସ୍ଥା, କଟିଳ ରୋଗାକ୍ରାନ୍ତ ପ୍ରାଣୀମାନଙ୍କ ନାନ୍ତରଣ ଣ ସୁବିଧା, ନିଶୁଳ୍କ ସେବା, ଦ୍ଵିତୀୟ ଦାବି ଓଡ଼ିଶାର ପ୍ରାଣୀ ଚିକିତ୍ସକମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀଚିକିତ୍ସକମାନଙ୍କ ସ‌ହ ସମାନ ପଦୋନ୍ନତି ଡି ଏ ସି ପି ସୁବିଧା, ଓଡ଼ିଶାର ପ୍ରାଣୀ ଚିକିତ୍ସକମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କ ହାରରେ ଏନ ପି ଏ, ରାଜ୍ୟରେ ପ୍ରାଣୀ ଗଣନା ଓ ଜନସାଧାରଣ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ଡାକ୍ତର ନିଯୁକ୍ତି ଓ କ୍ୟାଜର ପୁନର୍ଗଠନ କରିବା ଏହି ୪ ଦଫା ଦାବୀ ପୂରଣ ନ ହେବା ଯାଏଁ କାମରେ ଯୋଗଦେବେ ନାହିଁ ବୋଲି ପ୍ରାଣୀ ଚିକିତ୍ସା ସେବା ସଂଘ ପକ୍ଷରୁ ଜଣାପଡ଼ିଛି । ପୂର୍ବରୁ ଏନେଇ ପ୍ରାଣୀ ଚିକିତ୍ସା ସେବା ସଂଘ ବିଭାଗୀୟ ଅଧୁକାରୀଙ୍କ ଠାରୁ ଆରମ୍ଭ କରିବିଭାଗୀୟ ମନ୍ତ୍ରୀ ଲିଖୁତ ଭାବେ ଦାବୀ ଉପସ୍ଥାପନ କରିଥିଲେ ସୁଦ୍ଧା ଦାବି ପୂରଣ ହେଉନ ଥିବାରୁ ପୁଣି କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ସଂଘ ଓହ୍ଲାଇଛି ବୋଲି ଜିଲ୍ଲା ପ୍ରାଣୀ ଚିକିତ୍ସା ସେବା ସଂଘର ସଭାପତି ଡାକ୍ତର ରମାକାନ୍ତ ରାଣା, ସଂଯୋଜକ ଡାକ୍ତର ବି. ସାଇ ସନ୍ଦୀପ ଓ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିସୂକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରାଣୀ ଚିକିତ୍ସକ ମାନଙ୍କ ଆନ୍ଦୋଳନକୁ ଦୀର୍ଘ ୧୪ ଦିନ ବିଡିଯାଇଥିଲେ ସୁଦ୍ଧା ସରକାର ସେମାନଙ୍କ ଦାବୀକୁ ପୂରଣ ନ କରିବାରୁ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ