ଶ୍ରମିକ କଲ୍ୟାଣ ସହାୟତା ରାଶି ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଂଚଳ ପରିଷଦ ମଧ୍ୟରେ ଥିବା ବିଜୁ କଲ୍ୟାଣ ମଣ୍ଡପ ବୈଠକ ଗୃହ ମଧ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ବଣ୍ଟନ କରିବା ନିମାନ୍ତେ ଜିଲ୍ଲା ଶ୍ରମିକ ବିଭାଗ ଦ୍ୱାରା ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି. ପ୍ରଥମେ କାଶୀନଗରର ଜଣେ ନିର୍ମାଣ ଶ୍ରମିକଙ୍କ ଗିରିଧାରୀ ଗଙ୍ଗା ମାଡ୍ରାସ ଠାରେ କାମ କରୁଥିବା ବେଳେ ତଳେ ପଡି ଅକାଳ ମୃତୁ ହୋଇଥିବାରୁ ତାଙ୍କ ନିମନ୍ତେ ଏକ ମିନଟ ନୀରବ ପ୍ରାର୍ଥନା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା. ଗଜପତି ଜିଲ୍ଲା ମୁଖ୍ୟ ଶ୍ରମିକ ଅଧିକାରୀ ଲୋକନାଥ ପଣ୍ଡା ଶ୍ରମିକ ମଙ୍ଗଳ ସକାଶେ ଉପସ୍ଥିତ ଥିବା ଶ୍ରମିକ ମାନଂକୁ ପ୍ରତ୍ୟେକ ଯୋଜନା ବିଷୟରେ ଉଦବୋଧନ ଦେଇ ଥିଲେ. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା, ସ୍ଥାନୀୟ ବିଡ଼ିଓ ଅନୁପ କୁମାର ପଣ୍ଡା,କାଶୀନଗର ଏନ ଏ ସି ଉପାଧ୍ୟାକ୍ଷ ରଘୁରାମ ସାହୁ ଓ ସାଂସଦ ପ୍ରତିନିଧି ଆର ସତୀଶ କୁମାର ମଂଚାସୀନ ହୋଇ ଉପସ୍ଥିତ ଥିବା ନିର୍ମାଣ ଶ୍ରମିକ ମାନଙ୍କ ନିମନ୍ତେ ରାଜ୍ୟ ସରକାର ଙ୍କ ଦ୍ୱାରା ପ୍ରଣିତ ହୋଇଥିବା ବିଭିନ୍ନ ଯୋଜନା ଯାହାକି ଶ୍ରମିକ ମାନଙ୍କ ହିତରେ ଆସିବ ସେ ସବୁ ବିଷୟରେ ଅବଗତ କରିଥିଲେ. ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ତିନୋଟି ବ୍ଲକ କାଶୀନଗର, ଗୋଶାଣି ଓ ଗୁମ୍ମା ବ୍ଲକରୁ ପ୍ରାୟ ସାତ ଶହ ନିର୍ମାଣ ଶ୍ରମିକ ଉପସ୍ଥିତ ଥିଲେ. ଆଜି ତିନି କୋଟି ୨୪ ଲକ୍ଷ ଟଙ୍କା ର ରାଶିର ଚେକ ପ୍ରଦାନ କରାଯିବା ସହ ଷାଠିଏ ପ୍ରକର ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ପାଇଁ ପଞ୍ଜିକୃତ କରିବା ପାଇଁ ଉଦବୋଧନ ଦେଇ ପଞ୍ଚାୟତ ଓ ବ୍ଲକ ମଧ୍ୟରେ ସଚେତନ କରାଇବା ପାଇଁ ଜିଲ୍ଲା ମୁଖ୍ୟ ଅଧିକାରୀ ଶ୍ରୀ ପଣ୍ଡାଙ୍କୁ କହିଥିଲେ. ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ତଥା ଜିଲ୍ଲା ଶ୍ରମ ଯୋଜନା ବୋର୍ଡ଼ ଓ ମଜଦୁର ସଙ୍ଘ ର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ