ଅନିବାର୍ଯ୍ୟ କାରଣ ହେତୁ ଯାଦବ ଜାଗୃତି ସମାବେଶ ସ୍ଥଗିତ ରହିଲା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜାନୁଆରୀ ୨୭ ଓ ୨୮ ତାରିଖରେ ଅଖିଳ ଭାରତୀୟ ଯାଦବ ମହାସଭା ସମଗ୍ର ଓଡ଼ିଶା ଗୋପାଳ ସମାଜ, ସମଗ୍ର ଓଡ଼ିଶା ଯାଦବ ଗୋପାଳ ପ୍ରଗତିଶୀଳ ସଂଗଠନ ଏବଂ ଅନ୍ୟ କେତେକ ଯାଦବ ଅନୁଷ୍ଠାନ ଜାଗୃତି ସମାବେଶ ଆୟୋଜନ କରିଥିଲେ । ଏହି ସମାବେଶର ସ୍ଥାନ ଭୁବନେଶ୍ୱର ରେଲ୍‌ୱେ ଖେଳ ପଡ଼ିଆ, ମଞ୍ଚେଶ୍ୱରରେ ଆୟୋଜନ କରିଥିଲେ । ୨୭ ତାରିଖ ଦିନ ଯାଦବ ବଡ଼ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ସାମାଜିକ, ସାଂସ୍କୃତିକ ଓ ସାମ୍ବିଧାନିକ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱରରେ ଗୋଟିଏ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ସର୍ବଭାରତୀୟ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ଶ୍ରୀ ଜଗଦୀଶ ଯାଦବ ଯୋଗଦେଇ ଉପସ୍ଥିତ ଶହ ଶହ ଯାଦବ ଭାଇ ଭଉଣୀମାନଙ୍କୁ ସେମାନଙ୍କ ଦାବି ଓ ଅଧିକାର ସମ୍ବନ୍ଧରେ ସଚେତନ କରାଇଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ ଓଡ଼ିଶା ପ୍ରଦେଶ କାର୍ଯ୍ୟକାରୀ ସଭାପତି ସବ୍ୟସାଚୀ ମହଲା ଏବଂ ଓଡ଼ିଶା ଯୁବ ସଭାପତି ମାନସ ନାଗ ଯୋଗ ଦେଇଥିଲେ ।ଉପରଲିଖିତ ଯାଦବ ଅନୁଷ୍ଠାନ ଗୁଡ଼ିକ ୨୮ ତାରିଖ ଦିନ ଗୋଟିଏ ବିଶାଳ ଯାଦବ ଜାଗୃତି ସମାବେଶ ଆୟୋଜନ କରିଥିଲେ । ଏହି ସମାବେଶରେ ସାରା ଓଡ଼ିଶାର ୩୦ଟି ଜିଲ୍ଲାରୁ ୫୦ ହଜାର ଯାଦବ ଭାଇ ଓ ଭଉଣୀମାନଙ୍କ ଯୋଗ ଦେବାର ଥିଲା । ସରକାରଙ୍କ ମନୋମୁଖୀ ଶାସନ ଏବଂ ତୋଷଣ ନୀତି ଯୋଗୁ ୨୨% ବିଶାଳ ଯାଦବ ସମାଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଅନୁମତି ପ୍ରଦାନ କଲେ ନାହିଁ । ଯେଉଁଥିପାଇଁ ଅଧିକାର ସାବ୍ୟସ୍ତ କରିବାରୁ ବଞ୍ôଚତ ହେଲେ । ଆହୁରି ଅନେକ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ ଏହି ସମାବେଶରେ ଯୋଗଦେଇ ଯାଦବ ଭାଇ ଭଉଣୀମାନଙ୍କୁ ଉଦ୍‌ବୋଧନ ଦେବାକୁ ସହମତି ପ୍ରକାଶ କରିଥିଲେ । କିନ୍ତୁ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଯେଉଁମାନେ ନିଜକୁ ତଥାକଥିତ ଯାଦବ ନେତା ଭାବରେ ନିଜକୁ ମଣୁଛନ୍ତି, ସେମାନେ ଉକ୍ତ ସମାବେଶରେ ହଜାର ହଜାର ଯାଦବ ଭାଇମାନଙ୍କର ସମାଗମର ସମ୍ଭାବନାକୁ ଦେଖି ଭୀତତ୍ରସ୍ତ ହୋଇଯାଇଥିଲେ । ଏହା ହସ୍ୟସ୍ପଦ ବିଷୟ ଯେ ସେମାନେ ନିଜକୁ ଯାଦବ ସମାଜର ବଡ଼ପଣ୍ଡା ବୋଲି ତାଙ୍କ ଭ୍ରାନ୍ତ ଧାରଣାରେ ରହି ଏହି ସମାବେଶକୁ ପଣ୍ଡ କରିବା ପାଇଁ କୁଚକ୍ରାନ୍ତ କରି ବିଚାରାଳୟର ଦ୍ୱାରସ୍ଥ ହୋଇଛନ୍ତି । ଯାଦବ ସମାଜ ପାଖରେ ତାଙ୍କର ଲୋକପ୍ରୟିତା ଅତି ତୀବ୍ର ବେଗରେ କମିଯାଉଥିବାରୁ ଅତ୍ୟନ୍ତ ବିବ୍ରତ ଓ ଭିତତ୍ରସ୍ତ ହୋଇପଡ଼ିଛନ୍ତି । ଯେହେତୁ ୨୮ ତାରିଖ ସମାବେଶର ଆୟୋଜନ ବିଚାରାଳୟ ପରିସରକୁ ଚାଲିଗଲା, ସେ ହେତୁ ଉପର ଲିଖିତ ଯାଦବ ସମାଜ କାର୍ଯ୍ୟକର୍ତ୍ତାମାନେ ଆଇନକୁ ସମ୍ମାନ ଜଣାଇ କୋର୍ଟର ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ସମାବେଶକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଲେ । ବିଭିନ୍ନ ଜିଲ୍ଲାରୁ ପ୍ରସ୍ତୁତ ହୋଇ ଆସୁଥିବା ହଜାର ହଜାର ଯାଦବ ଭାଇ ଓ ଭଉଣୀମାନଙ୍କୁ ନିଶ୍ଚିତ ଭାବରେ ସମାବେଶ ସ୍ଥଗିତ ହେତୁ ଯେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା ସେଥିପାଇଁ ଆମ୍ଭେ କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛୁ ।ବିଗତ ୨୧.୧୨.୨୦୨୩ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମହାସଭା ତରଫରୁ ପତ୍ର ପଠାଇଥିଲେ । ସେହି ପତ୍ରରେ ଉଲ୍ଲେଖ ହୋଇଥିଲ ଯେ, ଓଡ଼ିଶା ସରକାର ସମସ୍ତ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିକାଶର କାର୍ଯ୍ୟ ଜାରି ରଖିଛନ୍ତି । ତେଣୁ ପଛୁଆ ବର୍ଗରେ ଥିବା ଯାଦବ ଜାତିର ଶିକ୍ଷା, ସଂସ୍କୃତି ଏବଂ ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଭୁବନେଶ୍ୱରଠାରେ ୩/୪ ଏକର ଜମି ଯୋଗାଇବା ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ଏହିକି ଯେ, ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ଉତ୍ତର ଏପର୍ଯ୍ୟନ୍ତ ପାଇପାରିଲୁ ନାହିଁ । ଉକ୍ତ ବିଷୟରେ ବିଚାରାଳୟର ନିଷ୍ପତ୍ତି ଆସିବା ପରେ ଯାଦବ ଜାଗୃତି ସମାବେଶର ନୂତନ ତାରିଖ ଏବଂ ସ୍ଥାନ ଯାଥାଶୀଘ୍ର ଘୋଷଣା କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ