କାଳୀପଲ୍ଲୀ ପଞ୍ଚାୟତରେ “ଆମ ଓଡିଶା- ନବୀନ ଓଡିଶା” ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳୀପଲ୍ଲୀ ପଞ୍ଚାୟତରେ “ଆମ ଓଡିଶା -ନବୀନ ଓଡିଶା “ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସରପଞ୍ଚ ବି. ଲକ୍ଷ୍ମୀପାତ୍ର ଓ ସମିତି ସଭ୍ୟ ବିକାଶ କୁମାର ବେହେରା ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି | ପଞ୍ଚାୟତର ସମସ୍ତ ବିକାଶ ଦିଗରେ ଆଲୋଚନା କରିବା ସହିତ ଗ୍ରାମାଞ୍ଚଳ ର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଗୁଡିକୁ ନେଇ ଲୋକଙ୍କୁ ସଚେତନତା କରାଯାଇଥିଲା | ଏହି ଅବସର ରେ ଏକ ପୁସ୍ତିକା ଉନ୍ମୋଚନ ହୋଇଥିଲା | ଏଥିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ୱାରା ଲୋକେ କିଭଳି ସୁବିଧା ପାଇ ପାରୁଛନ୍ତି ସେ ବିଷୟରେ ଲୋକଙ୍କୁ ସଚେତନତା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ,ଯୁବ ନେତା ବି. ଚନ୍ଦ୍ର ମଣି ପାତ୍ର,ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ. ଶାରଦା ରେଡ୍ଡୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ, ୨୦ନଂ ଜିଲ୍ଲାପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସ,ପୂର୍ବତନ ସମିତି ସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ସୁଶାନ୍ତ କୁମାର ସାହୁ ଓ ମଥୁରା ଚରଣ ସୁବୁଦ୍ଧି,ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, କାଉନସିଲର ଦେବଶିଷ ମିଶ୍ର ଙ୍କ ସମେତ ବହୁ ଜନ ପ୍ରତିନିଧି, ମହିଳା ଏବଂ ଜନ ସାଧାରଣ ମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ଲୋକଙ୍କୁ ସଚେତନତା କରିଥିଲେ l କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା, ଏହି ଅବସର ରେ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗଦେଇ ବିଭାଗପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ସମ୍ପର୍କ ରେ କହିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ