ତାଲୁକ ଆଇନ ସେବା କମିଟି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ସରକାରୀ ଆଇ ଟି ଆଇ ପରିସରରେ କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ମନୋରଂଜନ ଦାଶଙ୍କ ପୈାରହିତ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଏସଡିଜେଏମ ପ୍ରୀତିଶ କୁମାର ରଥ, ଛତ୍ରପୁର ଏସଡିପିଓ ଗୌରହରି ସାହୁ, ଡେପୁଟି କଲେକ୍ଟର ଆର୍ଯ୍ୟ କୁମାର,କମିଟିର ସଭ୍ୟ ମନୋଜ କୁମାର ପାଢି, ଆଇନଜୀବି ଏସ ଶ୍ୟାମ କୁମାର ରାଓ ଓ ଗିରିଶ କୁମାର ଶତପଥି ପ୍ରମୁଖ ଯୋଗଦେଇ “ନାଗରିକମାନଙ୍କର ସାମ୍ବିଧାନିକ ଅଧିକାର ଏବଂ କର୍ତ୍ତବ୍ୟ” ସମ୍ପର୍କ ରେ ସଚେତନତା କରାଇବା ସହିତ ତାଲୁକ ସେବା କମିଟି ପକ୍ଷରୁ ପ୍ରଦାନ କରାଯାଉ ଥିବା ବିଭିନ୍ନ ସୁବିଧା ସମ୍ପର୍କରେ କହିଥିଲେ ।ଏହି ଅବସର ରେ ସରକାରୀ ଆଇ ଟି ଆଇ ର ଅଧ୍ୟକ୍ଷ ଇଂ ପ୍ରିୟବ୍ରତ ପଣ୍ଡା, ଅନୁପ ରଣା, ଦୁର୍ଯ୍ୟୋଧନ ମହନ୍ତ, ବିରୟ ନାଥ ମୁର୍ମୁ ଓ ରୁଦ୍ର ନାରାୟଣ ଙ୍କ ସମେତ ବହୁ ବିଦ୍ୟାର୍ଥୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ