ଜ୍ବାଇଁ ଙ୍କୁ ହତ୍ୟାଉଦ୍ୟମ ମାମଲା ଅଭିଯୁକ୍ତ ଶ୍ଵଶୁର ଗିରଫ  

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ସୋମବାର ଦକ୍ଷିଣପୁର ଗ୍ରାମର ପି.ପ୍ରକାଶ ରେଡ୍ଡୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୪୭/୨୪ ଦଫା – ୨୯୪/୩୪୧/୩୨୩/୩୨୫/୩୦୭/୫୦୬/୩୪ ଆଇ ପି ସି ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ବୁଧବାର ସକାଳେ ନରେନ୍ଦ୍ରପୁର  ଗ୍ରାମର ପ୍ରକାଶ ଙ୍କ ଜ୍ବାଇଁ ଜି.ବିକାଶ ରେଡ୍ଡୀ ନିଶାସକ୍ତ ଅବସ୍ଥାରେ ଦକ୍ଷିଣପୁର ଶ୍ଵଶୁର ଘର ଗ୍ରାମ କୁ ଯାଇ ଗଣ୍ଡଗୋଳ କରିଥିଲେ।ତାଙ୍କ ସ୍ତ୍ରୀ ଙ୍କୁ ମାରପିଟ କରିବା ସହ ଶାଶୁ ଶ୍ଵଶୁର ଙ୍କୁ ଆକ୍ରମଣ କରିବାରୁ ଶ୍ଵଶୁର ତାଙ୍କୁ ପ୍ରତି ଆକ୍ରମଣ କରିବାରୁ ବିକାଶ ଙ୍କ ଡାହାଣ ହାତ ଭାଙ୍ଗି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।ଏନେଇ ଏତଲା ହେବା ପରେ ପୋଲିସ ଶାଶୁ ଶ୍ୱଶୁର ଙ୍କ ନାଁ ରେ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ଵଶୁର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଅପରପକ୍ଷରେ ପୋଲିସ ଜି. ବିକାଶ ଙ୍କ ନାଁ ରେ ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ