ସିପିଆଇ ପକ୍ଷରୁ ପରିବର୍ଦ୍ଧିତ ଆଲୋଚନା ସଭା  

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଚସାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ସିପିଆଇ ଶାଖା ପକ୍ଷରୁ ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଶାଖା ସମ୍ପାଦକ ସୋମନାଥ ଦଳାଇ ଙ୍କ ସଂଯୋଜନାରେ ଆୟୋଜିତ ସଭାରେ  କୁନି ଗୌଡ଼ ଅଧ୍ୟକ୍ଷତା କରିଥିଲେ।  ସଭାରେ ମୁଖ୍ୟବକ୍ତା ଭାବେ ବୃନ୍ଦାବନ ପଣ୍ଡା ଏବଂ ମୁଖ୍ୟଅତିଥି ଭାବେ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ର ଗଞ୍ଜାମ ଜିଲା ସାଧାରଣ ସମ୍ପାଦକ ଅଳକ ନାଥ ମିଶ୍ର ଯୋଗ ଦେଇଥିଲେ।ସଭାରେ ସ୍ଥାନୀୟ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ନିର୍ଦ୍ଧାରଣ ଗୃହୀତ କରାଯାଇଥିଲା।ପୋଡ଼ାବାଡ଼ି,ଗୁମା ଓ ମଥୁରା ଗ୍ରାମ ର ସମସ୍ତ ଚାଷଜମି କୁ କେନାଲ ଜରିଆରେ ଜଳସେଚନ ବ୍ୟବସ୍ଥା କରାଯିବା ।ସମସ୍ତ ଗରିବ ଅସହାୟ ଙ୍କୁ ବିଜୁ ପକ୍କାଘର ଯୋଗାଇଦେବା ନେଇ ଆଗତ ପ୍ରସ୍ତାବ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଗ୍ରାମରେ ସିପିଆଇ ର ଶାଖା ସମ୍ମିଳନୀ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା।ସଭାରେ କାଶୀନାଥ ଗୌଡ଼,ତାରିଣୀ ଗୌଡ଼, ମଙ୍ଗୁଳୁ ଦଳେଇ,ରାମହରି ଗୌଡ଼,ରାମେଶ୍ବର ନାୟକ,ଅନିଲ ଗୌଡ଼,ଜୟନ୍ତୀ ସାହୁ,କୁରି ନାୟକ,ଚନ୍ଦ୍ରମା ନାୟକ,ଲଳିତା ଦଳେଇ,ରାମକୃଷ୍ଣ ଦଳେଇ,ବିଜୟ ବାଡ଼ତ୍ୟା, ନୟନି ଗୌଡ଼,କାଞ୍ଚନ ଦଳେଇ,କୁନ୍ତଳା ଗୌଡ଼,ଧୋବଣୀ ସାହୁ ପ୍ରମୁଖ ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ