ଫେବ୍ରୁୟାରୀ ୭ରେ ଘୁମୁସରୀ ଗୋପଳ ସମୂହ ଗାଈଗୋରୁ ଧରି ରାଜ ରାସ୍ତାରେ ଧର୍ମଘଟ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଚାରଣ ଭୂମି , ଗୁହାଳ ବାସ -ଚାଷର ଘୋର ଅଭାବ ଓ ୨୦ଗୋଟି ଅଭିଯୋଗର ନଶୁଣିବା ପ୍ରତିବାଦରେ ଘୁମୁସରୀ ଗୋପଳ ସମିତି ତରଫରୁ ସାମ୍ବାଦିକ ସମ୍ମିଳନୀ ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଆୟୋଜନ କରାଯାଇ ଆଗାମୀ ଫେବ୍ରୁୟାରୀ ୭ରେ ଘୁମୁସରୀ ଗୋପଳ ସମୂହ ଗାଈଗୋରୁ ଧରି ରାଜ ରାସ୍ତାରେ ଧର୍ମଘଟ କରିବା ପାଇଁ ପ୍ରେସ ଇସ୍ତାହାର ଦିଆ ଯାଇଅଛି Iସମିତିର ଉପଦେଷ୍ଟା ମୁରଲୀଧର ପଣ୍ଡା ସଭାପତିତ୍ଵ କରିଥିଲେ ସରକାର ଯୋଜନା ଘୁମୁସର ଗୋମୂକ୍ତ ଗ୍ରାମ କରିବା ପାଇଁ ଅଭିଯୋଗ ଆଣିଥିଲେ ଓ ଶାସନ ପ୍ରଶାସନ ଅସହଯୋଗରେ ଆମ ଗୋପାଳ ଗୋପାଳିକା ବାଧ୍ୟ ହୋଇ ଧର୍ମଘଟ କରିବା ସ୍ତିର କରିଛନ୍ତି ସମିତି ପ୍ରମୁଖ ପ୍ରକାଶ ଚନ୍ଦ୍ର ସାହୁ ଗଣ ମାଧ୍ୟମକୁ ଜଣIଇଛନ୍ତି I ବହୁ ସାଧୁ ସନ୍ଥ, ଭଞ୍ଜନଗର ରାଜସ୍ୱ ଘୁମୁସର ଉପଖଣ୍ଡ ସମିତି ନେତା ସୋରଡା ବ୍ଲକରୁ ଜଗନାଥ ଗୌଡ,ଶେରଗଡ ବ୍ଲକରୁ ହର୍ଷ ସାମଲ, ବେଲଗୁଣ୍ଠI ବ୍ଲକରୁ ପାଣ୍ଡବ ଗୌଡ, ଆସିକା ବ୍ଲକରୁ ସନାତନ ଜେନା, ଭଞ୍ଜନଗର ବ୍ଲକରୁ ରବିନ୍ଦ୍ର ଶତପଥୀ, ଧରIକୋଟ ବ୍ଲକରୁ ସୁଧାନନ୍ଦ ବ୍ରହ୍ମଚାରୀ, ବୁଗୁଡା ବ୍ଲକରୁ ଅରୁଣ ସାହୁ , କୁମାରଷ୍ସୁଣି ବାବା , ବ୍ରହ୍ମାନନ୍ଦ ପତି ମଞ୍ଚ ପରିଚାଳନା କରିଥିଲେ I ମୁଖ୍ୟମନ୍ତ୍ରୀ ଚିଠା ନମ୍ବର ୨୦୨୪୨(୧୪)ଓ ମିଳିତ ଅଭିଯୋଗ ପ୍ରକୋଷ୍ଠ ଭଞ୍ଜନଗରରେ ଜିଲ୍ଲାପାଳ ବାରମ୍ବାର ସମ୍ପୃକ୍ତ ବିଭାଗ ଅଧିକାରୀଙ୍କୁ ପଦକ୍ଷେପ ନେବା ପାଇଁ ଲିଖିତ ଆଦେଶ ଦେଇଥିଲେ ସୁଧା ମଣ୍ଡଳ ଓ ତହସିଲ ସ୍ତରରେ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନIହିଁ ଗୋପାଳ ମାନେ ଅଭିଯୋଗ କରିଛନ୍ତି I ଆନ୍ଦୋଳନ କରିବା ପାଇଁ ମୁଖ୍ୟ ମନ୍ତ୍ରୀ,,ଜିଲ୍ଲାପାଳ ଓ ଏସପିଙ୍କୁ ଇମେଲ ମାଧ୍ୟମରେ ଓ ଗୋପାଳ ପ୍ରତିନିଧି ଦଳ ଉପ -ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇ ଅଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ