ଘୁମୁସର ଗବେଷଣା ପ୍ରତିଷ୍ଠାନର ଚତୁର୍ଥ ବାର୍ଷିକ ସମ୍ମିଳନୀ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହ, ଭଞ୍ଜନଗର ଠାରେ ଘୁମୁସର ଗବେଷଣା ପ୍ରତିଷ୍ଠାନର ଚତୁର୍ଥ ବାର୍ଷିକ ସମ୍ମିଳନୀ ଡ଼. ଶ୍ୟାମା ପ୍ରସାଦ ମିଶ୍ରଙ୍କ ଆବାହକ ଓ ସଭାପତି ଡ. ସନ୍ତୋଷ କୁମାର ଅlପଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡ଼. ହରିହର ପଣ୍ଡା ସଂମ୍ମାନିତ ଅତିଥିଭାବେ ଜୟରାମ ପାତ୍ର ଯୋଗଦେଇ ଘୁମୁସରର ସାହିତ୍ୟ, ସଂସ୍କୃତି ଓ ଇତିହାସ କୁ ନେଇ ବିଭିନ୍ନ ବିଷୟ ଉପରେ ଗବେଷଣାର ଆବଶ୍ୟକତା ରହିଥିବା କହିଥିଲେ l ପ୍ରାରମ୍ଭରେ ଅଶୋକ କୁମାର ସ୍ୱଇଙ୍କ ନେତୃତ୍ୱରେ ସାବିତ୍ରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିବାବେଳେ ଉପସଭାପତି ଡ. ଶିରୀଶ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ l ସହସଂପାଦକ ସନ୍ତୋଷ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ତପନ କୁମାର ମିଶ୍ର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ l ଏହିଅବସରରେ ଆନ୍ତର୍ଯ୍ୟାତିୟ କଳାକାର ସ୍ଥିତlଧି ରଥଙ୍କୁ ଅଙ୍ଗବସ୍ତ୍ର ଓ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l ସମସ୍ତ କର୍ମକର୍ତା ମାନଙ୍କୁ ଗବେଷଣା ପ୍ରତିଷ୍ଠାନ ତରଫରୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ବରିଷ୍ଠ ନାଗରିକ ସୋମନାଥ ନାୟକ, ଡ଼. କମ୍ଭୁପlଣି ସlମାନ୍ତଙ୍କୁ ସଂମାନ ପ୍ରଦାନ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ଆବାହକ ଡ. ଶ୍ୟାମା ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ l ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଶେଷରେ ସନ୍ତୋଷ ଜେନାଙ୍କ ଦ୍ୱାରା ଭାଗ୍ୟଶାଳୀ ବିଜେତା କରାଯିବାପରେ ଡ. ଗୁରୁମୂର୍ତି ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ l ସାଙ୍ଗେ ସାଙ୍ଗେ ଦ୍ୱିତୀୟ ପର୍ଯlୟ କାର୍ଯ୍ୟକ୍ରମ ଡ଼. ଶିରୀଶ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୟୁରେଅନୁଷ୍ଠିତ ହୋଇଥିଲା ଏଥିରେ ସଂମ୍ମାନିତ ଅତିଥିଭାବେ ଡ. ଚିତ୍ତରଞ୍ଜନ ମିଶ୍ର, ଡ. ପରେଶ୍ୱର ସାହୁ ଓ ଡ. ପ୍ରଦୀପ କୁମାର ଦାସ ମଂଚାସୀନ ହୋଇ ଘୁମୁସରର ଐତିହାସିକ ଘଟଣାବଳୀ ଉପରେ ଗବେଷଣlମ୍ମତକ କାର୍ଯ୍ୟର ଆବଶ୍ୟକତା ଉପରେ ମତ ରଖିଥିଲେ l ଶେଷରେ ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ,ବୁଦ୍ଧିଜୀବୀ, ଅବସରପ୍ରାପ୍ତ କର୍ମଚାରୀ, କବି, ସାହିତ୍ୟିକ, ସମାଜସେବୀ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ