ରାଇସ ମିଲ ଯୋଗୁଁ ଲୋକେ ହନ୍ତସନ୍ତ ଅଭିଯୋଗ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ଯୋଗେଶ୍ୱରପୁର – ଶିଖରଘାଟ ମୁଖ୍ୟ ରାସ୍ତା କଡ଼ରେ ପାଟଣା ଗ୍ରାମ ମୁଣ୍ଡରେ ରହିଛି ଏକ ରାଇସ ମିଲ। ଏହି ରାଇସ ମିଲ ଯୋଗୁଁ ନିକଟସ୍ଥ ଗ୍ରାମ ର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ପାଟଣା ଗ୍ରାମ ର ଭୈରବ ବେହେରା ଓ ଭିକାରୀ ବେହେରା ଅଭିଯୋଗ କରିଛନ୍ତି ଯେ, ଏହି ମିଲ ରୁ ଅନବରତ କଳା ଧୂଆଁ ନିର୍ଗତ ହୋଇ ବାୟୁମଣ୍ଡଳ ରେ ମିଶୁଛି। ଧୁଆଁ ନିର୍ଗତ ପାଇପ ଟି ଯେତିକି ଉଚ୍ଚତାର ନିର୍ମାଣ କରାଯିବା ନିୟମ ରହିଛି ତାହା ଏଠାରେ କରାଯାଇନାହିଁ। ଫଳରେ ଉତ୍ତରା ପବନ ପ୍ରବାହିତ ହେଲାକ୍ଷଣି କଳା ଧୁଆଁ ସବୁ ଗ୍ରାମ ଭିତରକୁ ପ୍ରବେଶ କରୁଛି। ଏହି କାରଣରୁ ଲୋକମାନେ ଶ୍ୱାସ ଜନିତ ରୋଗ ରେ ଆକ୍ରାନ୍ତ ହେଉଛନ୍ତି। ମିଲ ରୁ ନିର୍ଗତ କେମିକାଲ ମିଶ୍ରିତ ପାଣି ସବୁ କୁ ବିଶୋଧନ କରାଯିବା କଥା। କିନ୍ତୁ ଏଠାରେ ଏହା କରାନଯାଇ ଦୂଷିତ ପାଣି କୁ ସିଧାସଳଖ ପାଖ ବିଲ କୁ ଓ ପ୍ରାଚୀ ନଦୀ ର ଶାଖା ନଦୀ କୁ ଛାଡି ଦିଆଯାଉଛି। ଫଳରେ ମିଲ ନିକଟସ୍ଥରହିଥିବା ଜମି ରେ କୌଣସି ଫସଲ ହେଉନାହିଁ। ନଦୀ ଜଳ ଦୂଷିତ ହୋଇ ପଡୁଥିବାରୁ ଏହାକୁ ସ୍ନାନ, ଶୌଚ ରେ ବ୍ୟବହାର କରୁଥିବା ମଣିଷ, ଗାଈ, ମଇଁଷି, ଛେଳି,ମେଣ୍ଢା ସବୁ ରୋଗ ଗ୍ରସ୍ତ ହୋଇ ପଡ଼ୁଛନ୍ତି। ମିଲ କୁ ବିଭିନ୍ନ ଧାନ ମଣ୍ଡିରୁ ଧାନ ନେଇ ଆସୁଥିବା ଗାଡ଼ି ଗୁଡ଼ିକ ମିଲ ବାହାରେ ମୁଖ୍ୟ ରାସ୍ତା ଉପରେ ଧାଡ଼ି ବାନ୍ଧି ଠିଆ ହୋଇ ରହୁଥିବାରୁ ଏଠାରେ ବିଭିନ୍ନ ସମୟ ରେ ରାସ୍ତା ଜାମ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ଓ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି।ଏକାଧିକ ସମସ୍ୟା ସୃଷ୍ଟି କରୁଥିବାରୁ ଉକ୍ତ ରାଇସ ମିଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ମାନେ ପୁରୀ ଜିଲ୍ଲାପାଳ ଓ ରାଜ୍ଯ ପ୍ରଦ୍ୟୁଷଣ ବୋର୍ଡ ନିକଟରେ ଦାବି କରିଛନ୍ତି। ଏ ବିଷୟ ରେ ସ୍ବେଚ୍ଛାସେବୀ ଅମୀୟ ରଞ୍ଜନ ବାରିକ ମଧ୍ୟ ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡ କୁ ଟୁଇଟ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ