ସାହିତ୍ୟସଭା ଓ କବିତା ପାଠୋତ୍ସବ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ବାଙ୍ଗୋର ବରପଦା ଗ୍ରାମ ର ବିଶ୍ୱ ଶାନ୍ତି ସେବାଶ୍ରମ ଆନୁକୂଲ୍ୟ ରେ ପଞ୍ଚ ଦିବସିୟ ଯଜ୍ଞ ମହୋତ୍ସବ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ର ତୃତୀୟ ଦିନ ସାହିତ୍ୟ ଧର୍ମୀ କାର୍ଯ୍ୟକ୍ରମ ସାହିତ୍ୟ ଯାତ୍ରା ଅନୁଷ୍ଠିତ ହୋଇଥିଲା ।ଏଥିରେ ସାହିତ୍ୟ ସଭା ,କବିତା ପାଠୋତ୍ସବ ,ଆଶ୍ରମ ର ବାର୍ଷିକ ମୁଖପତ୍ର କଲ୍ୟାଣୀ ର ଶୁଭ ଉନ୍ମୋଚନ ଓ ସାରସ୍ୱତ ପ୍ରତିଷ୍ଠିତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ଆଶ୍ରମ ର ପ୍ରତିଷ୍ଠାତା ସମ୍ପାଦକ ଗାୟକ ବ୍ୟାସ ଲଷ୍ମୀଧର ଦାଶ ଙ୍କ ସଭାପତିତ୍ୱ ରେ ଆୟୋଜିତ ହୋଇଥିବା ବେଳେ ଅତିଥି ଭାବେ ସମାଜସେବୀ ଶଶଧର ପଣ୍ଡା, ହାସ୍ୟ କୁମୁଦ ବ୍ୟଙ୍ଗ କବି ସମ୍ପଦ କୁମାର ରଥ,ପଣ୍ଡିତ ହୃଷିକେଶ ସାହୁ,ଶ୍ରୀକାନ୍ତ ନାୟକ, ଗାୟକ ଲମ୍ବୋଦର ବେହେରା,କୁମାର କବି ପ୍ରଶାନ୍ତ ବାହିନୀ ପତି,ସ୍ତମ୍ଭକାର ତଥା ସାମ୍ୱାଦିକ ଲଳିତେନ୍ଦୁ ପଳାଉରୀ , ଗୀତା ପ୍ରବଚକ ପ୍ରଶାନ୍ତ ଶତପଥୀ ପ୍ରମୁଖ ଯୋଗଦେଇ ସାହିତ୍ୟ ର ବିଭିନ୍ନ ଦିଗ ସମ୍ପର୍କ ରେ ଆଲୋକ ପାତ କରିଥିଲେ । କବିତା ପାଠ ଉତ୍ସବ କୁ କାବ୍ୟ ଭୂଷଣ ଶିବ ପ୍ରସାଦ ବାହିନୀପତି ,କବୟିତ୍ରୀ କଳ୍ପନା ବିଶ୍ୱାଳ ଓ ତାନଶ୍ରୀ ପାଣିଗ୍ରାହୀ ସଂଯୋଜନା କରିଥିଲେ ।କଲ୍ୟାଣୀ ର ସମ୍ପାଦକ ଗାୟକ ଅତିବଡ଼ି ମଙ୍ଗରାଜ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ ।ଆଶ୍ରମ ର ଅନ୍ତେବାସୀ ମାନେ କାର୍ଯ୍ୟକ୍ରମ ରେ ସମ୍ପୂର୍ଣ ସହଯୋଗ କରିଥିଲେ।