ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ନିକଟସ୍ଥ ଧୂମାଳ ଗ୍ରାମପଞ୍ଚାୟତ ର କଲ୍ୟାଣ ମଣ୍ଡପ ଠାରେ ରେ ମଧୁସୂଦନ ବରିଷ୍ଠ ନାଗରିକ ମଞ୍ଚର ୬ଷ୍ଠ ବାର୍ଷିକୋତ୍ସବ ଓ ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ଅତିରିକ୍ତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମଧୁସୂଦନ ବରିଷ୍ଠ ନାଗରିକ ମଞ୍ଚର ସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ରେ ଜିଲ୍ଲା ସଭାପତି କାର୍ତ୍ତିକ କୁମାର ଦାଶ, ସମ୍ପାଦକ ଦେବେନ୍ଦ୍ର କୁମାର ଦାଶ,ଚାରିଛକ ନାଗରିକ ମଞ୍ଚର ସଭାପତି ଗୋପିନାଥ କର, ନିମାପଡ଼ା ର ଆର୍ତ୍ତତ୍ରାଣ ସେନାପତି, କାକଟପୁର ର ସଭାପତି ପ୍ରଭାକର ଖୁଣ୍ଟିଆ, ସମ୍ପାଦକ କ୍ଷେତ୍ରମୋହନ ଦାଶ,ପୁରୀ ର କିଶୋର କୁମାର ଦାଶ, ମଧୁସୂଦନ ବରିଷ୍ଠ ମଞ୍ଚର ଉପଦେଷ୍ଟା ମଧୁସୂଦନ ରାୟ, ଉପସଭାପତି ସୁରେନ୍ଦ୍ର ମୋହନ ବିଟି, ସମ୍ପାଦକ କୈଳାସ ଚନ୍ଦ୍ର ଦାଶ, ନିମନ୍ତ୍ରିତ ଅତିଥି ଭାବେ ଧୂମାଳ ଗ୍ରାପ ସରପଞ୍ଚ ଙ୍କ ପ୍ରତିନିଧି ଅଭୟ କୁମାର ସିଂ ଓ ଜଙ୍ଗଲବୋରି ସରପଞ୍ଚ ପ୍ରଣୟ କୁମାର ସାହୁ ପ୍ରମୁଖ ଯୋଗଦେଇ ବୟସର ଅପରାହ୍ନରେ ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କର ଆର୍ଥିକ, ସାମାଜିକ, ଶାରୀରିକ ଓ ପାରିବାରିକ ସମସ୍ୟା ଏବଂ ତାହାର ପ୍ରତିକାର ଉପରେ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ