ଗଜପତି ପୋଲିସ ଦ୍ୱାରା ୩୨ କିଲୋ ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ପକ୍ଷରୁ ବୁଧବାର ପାଟ୍ରୋଲିଂ କରୁଥିବା ସମୟରେ ରମ୍ପା-ଲିଙ୍ଗିପୁର • ରାସ୍ତା ଅନ୍ତର୍ଗତ ଆମାଝରୀ-କଳାପାଣି ଗ୍ରାମ ନିକଟରେ ଏକ ଅଟୋରୁ ପୋଲିସ ୩୩କିଲୋ ଗଞ୍ଜେଇ ଜବତ କରିଛି। ଗାରବନ୍ଧ ଥାନା ଅଧିକାରୀ ରୀନାରାଣି ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା। ମାଜିଷ୍ଟ୍ରେଟ ଦାୟିତ୍ବରେ ଥୁବା ଡେପୁଟି କଲେକ୍ଟର ସୂଚିସ୍ଥିତା ମାଝୀଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା। ଚଢାଉରେ କନଷ୍ଟେବଲ ରବୀନ୍ଦ୍ର ମହାନ୍ତି, ଜେ.ଚିରଞ୍ଜିବିଲୁ, – ହୋମଗାର୍ଡ ବି.ତେଜେଶ୍ଵର, ଷ୍ଟିଫେନ ଶବର, ସଞ୍ଜୟ କୋଠଦଳାଇ, ବି.କ୍ରିଷ୍ଣା ରାଓ ସାମିଲ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ