ସାଧାରଣଙ୍କ ଆନ୍ଦୋଳନ ପରେ ଚେତିଲେ ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଜନ ସାଧାରଣଙ୍କ ଆନ୍ଦୋଳନରେ ପ୍ରଶାସନ ମୁଣ୍ଡ ନୁଆଁଇଲେ. ଜନ ସାଧାରଣଙ୍କ ଦାବିକୁ ପୂରଣ କରିବା ପରେ ଅନଶନ ପ୍ରତ୍ୟହୃତ ହେଲା. ଘଟଣାରୁ ପ୍ରକାଶ, ଗଜପତି ଜିଲା ଆର,ଉଦୟଗିରି ବ୍ଲକର ଶବରପଲି ସ୍ଥିତ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷକ ନିଯୁକ୍ତି ଦାବି ନେଇ ଅଭିଭାବକମାନେ ୨ ଦିନ ହେଲା ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ଅନଶନରେ ବସିଥିଲେ। ବିଦ୍ୟାଳୟକୁ ବୁଧବାର ଜଣେ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ମିଳିବା ବେଳେ ଖୁବଶୀଘ୍ର ଅନ୍ୟ ଶିକ୍ଷକ ପଦବୀ ପୂରଣ ହେବ ବୋଲି ମଙ୍ଗଳ ଅଧିକାରୀ ପ୍ରତିଶ୍ରୁତି ଦେବାରୁ ଅନଶନ ପ୍ରତ୍ୟାହୃତ ହୋଇଛି। ଶବରପଲି ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଜଣାଇଛନ୍ତି ଯେ, ଆଶ୍ରମ ବିଦ୍ୟାଳୟରେ ପିଲା ପଢ଼ୁଥ‌ିବା ବେଳେ ମାତ୍ରଦୁଇ ଜଣ ଶିକ୍ଷକ ଅଛନ୍ତି। ଏଠାରେ ଦୁଇ ବର୍ଷ ହେଲା ବାର୍ଷିକ ପରୀକ୍ଷା ନ ହୋଇ ପାଠପଢା ଚାଲିଛି। ପିଲାମାନେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଉନାହାନ୍ତି।ସେହିପରି ଛାଡୁ ହଷ୍ଟେଲ ପାଚେରି ନାହିଁ ଏବଂ ବିଦ୍ୟାଳୟରେ ସାଇନ୍ ନାହିଁ । ଏସବୁକୁ ବିରୋଧ କରି ମଙ୍ଗଳବାରଠାରୁ ଅଭିଭାବକମାନେ ଅନିର୍ଦିଷ୍ଟକାଳ ପାଇଁ ବିଦ୍ୟାଳୟ ଫାଟକରେ ତାଲା ପକାଇ ଅନଶନ ଆରମ୍ଭ କରିଥିଲେ। ବିଦ୍ୟାଳୟ ସଭାପତି ଲକ୍ଷ୍ମୀକାନ୍ତ ଶବ୍ଦର, ଇକ୍ଷ୍ମୀପୁର ଗ୍ରାମର ଜୁରା ଶବର, ରଣ୍ଡିବା ଗ୍ରାମର ମବନ ଶବର, ଡାଙ୍ଗିଆ ସାହିର, ନିମତି ଦଳେଇ, ବସ୍ତିଗୁଡା ଗ୍ରାମର ତାରିଣି ଦଳେଇ, ଉଦୟନାଥ ଉଇତ, ଯକ୍ଷ ବଡ ଗରିତ, ସନ୍ତୋଷ ଉଇତ, ପ୍ରମିଳା ମଣ୍ଡଳ, ଜମୁନା ଶବର ଓ ସୁରେଖା ଶବର ପ୍ରମୁଖ ଆନ୍ଦୋଳନରେ ବସିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ