ଜେଏମଏମ ପକ୍ଷରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ପାଞ୍ଚପିଢ଼ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଝାଡ଼ଖଣ୍ଡ ର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଙ୍କୁ ବେଆଇନଭାବେ ଜମିଦୁର୍ନୀତି ମାମଲା ରେ ଇଡି ଦ୍ୱାରା ଗିରଫ ପ୍ରତିବାଦ ରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଓ ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି ଦିବା ୧୨ ଘଟିକା ସମୟରେ ସ୍ଥାନୀୟ ମାଣିକ ଛକ ନିକଟରୁ ଏକ ସଭାଯାତ୍ରା ରେ ଆସି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ଏହି କାର୍ଯ୍ୟକ୍ରମ ର ନେତୃତ୍ୱ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ଜିଲ୍ଲା ସମ୍ପାଦକ ତଥା କରଞ୍ଜିଆ ନିର୍ବାଚନ ମଣ୍ଡଳୀ ବିକାଶ ମଞ୍ଚ ର ସଭାପତି ଭାଦାଓ ସୋରେନ ଓ କରଞ୍ଜିଆ ବ୍ଲକ ସଭାପତି ପଦ୍ମଲୋଚନ ଟୁଡୁ କରିଥିଲେ ବିକ୍ଷୋଭ ପ୍ରଦର୍ଶନ ରେ ଶତାଧିକ କର୍ମୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମ ରେ ବକ୍ତା ମାନେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ବେଆଇନ ଭାବେ ଝାଡ଼ଖଣ୍ଡ ର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ କୁ ନିନ୍ଦା କରିବା ସହିତ ତୁରନ୍ତ ତାଙ୍କୁ ଖଲାସ କରିବାକୁ ଦାବୀ କରିଥିଲେ
ବିକ୍ଷୋଭ ପରେ ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ ସେଠୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ