ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ସାହିତ୍ୟିକ ଙ୍କୁ ସମ୍ବର୍ଦ୍ଧନା ଓ ଆଲୋଚନା ଚକ୍ର ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେଉଛି ଏହି ଅବସରରେ କରଞ୍ଜିଆ ଏନଏସି ପକ୍ଷରୁ ସାହିତ୍ୟିକ ସମ୍ବର୍ଦ୍ଧନା ଓ କବି ସମ୍ମିଳନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି କରଞ୍ଜିଆ ଏନଏସି ସଭାଗୃହ ପରିସରରେ କାର୍ଯ୍ୟକ୍ରମ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ ସଭାପତୀତ୍ୱ କରିଥିବାବେଳେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ଯକ୍ଷା ପପି ପୃଷ୍ଟି , ସଂମ୍ମାନିତ ଅତିଥି ରୂପେ ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା , ସହକାରୀ ତହସିଲଦାର ନିତ୍ୟାନନ୍ଦ ସେଠୀ, ମୁଖ୍ୟବକ୍ତା ଭାବେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମିଳନୀ ର ସାଧାରଣ ସମ୍ପାଦକ ଡକ୍ଟର ଭାଗବତ ଲେଙ୍କା ଯୋଗଦେଇଥିଲେ ସର୍ବ ପ୍ରଥମେ ଅତିଥି ଙ୍କ ଦ୍ୱାରା ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦ୍ବୀପ ପ୍ରଜ୍ବଳନ ଓ ବନ୍ଦେ ଉତ୍କଳ ଜନନୀ ଗାନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା  ଏହି କାର୍ଯ୍ୟକ୍ରମ ରେ ବହୁ କବି ଲେଖକ ସାମିଲ ହୋଇ ଆଲୋଚନା ଚକ୍ର ରେ ଅଂଶଗ୍ରହଣ କରିଥିଲେ  ଏହି ଅବସରରେ ଅଞ୍ଚଳ ର ଓଡିଆ ଲେଖକ, କବି ଓ ଗାଳ୍ପିକ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ