ମହାନ୍ ସଂଘ ମହିଳା ବିଭାଗର ବୈଠକ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ବ୍ରହ୍ମପୁର ସହର ରେ ୩୮ ବର୍ଷ ଧରି ମହିଳାଙ୍କ ନିମନ୍ତେ କାର୍ଯ୍ୟ କରି ଆସୁଥିବା ମହାନ୍ ସଂଘ ର ମହିଳା ବିଭାଗ ର ଏକ ବୈଠକ ଅଧ୍ୟକ୍ଷା ଶ୍ରୀମତୀ ଦେବୀ ପ୍ରଭା ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସଂଘର କେନ୍ଦ୍ରୀୟ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଯୋଗଦେଇ ବିଭାଗ କୁ ସକ୍ରିୟ କରିବା ସହ ପୂର୍ବ ପରି ମହିଳାଙ୍କ ନିମନ୍ତେ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ, ଆତ୍ମ ନିର୍ଭରଶୀଳ ଓ ନିଜ ସୁରକ୍ଷା ନିଜେ କରିବା ପ୍ରଶିକ୍ଷଣ କାର୍ଯ୍ୟ କ୍ରମ ହାତକୁ ନେବା, ରାଜ୍ୟ ସ୍ତରୀୟ ମହିଳା ସମାବେଶ ଆୟୋଜନ କରିବା, ଗରିବ ଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ରେ ସହୋଜୋଗ୍ କରିବା, ନାରୀ ଓ ଶିଶୁଙ୍କ ସ୍ବାସ୍ଥ୍ୟ ଶିକ୍ଷା ପ୍ରତି ଗୁରୁତ୍ବ ଦେବାସହ ଜନ ସଚେତନତା କାର୍ଯ କ୍ରମ ଆୟୋଜନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଡ ସୂଚନା ପାଢ଼ୀ, ଶ୍ରୀମତୀ କିରଣ ବାଳା ମିଶ୍ର, ଶ୍ରୀମତୀ ନମିତା ରାଉତ, ଶ୍ରୀମତୀ ନିବେଦିତା ପାଢ଼ୀ, ସୁଶ୍ରୀ ସୁଚେତା ପାଣିଗ୍ରାହୀ, ଶ୍ରୀ ସିମାଞ୍ଚଲ୍ ପାଣିଗ୍ରାହୀ, ପ୍ରଣତି ହୋତା, ଡ ସୌଭାଗ୍ୟ ଲକ୍ଷ୍ମୀ ପ୍ରିୟଦର୍ଶିନୀ, ଡ ସନ୍ଧ୍ୟା ରାଣୀ ପଟ୍ଟନାୟକ ଙ୍କ ସମେତ ବହୁ ସଦସ୍ୟା ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଶ୍ରୀମତୀ ଅନ୍ନପୂର୍ଣ୍ଣା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ