କର୍କଟ ଦିବସ ଅବସରରେ କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ବିଶ୍ବ କର୍କଟ ଦିବସ ଅବସରରେ ସଚେତନତା ଜାରି ରହିଲେ କର୍କଟ ମୁକ୍ତ ଭବିଷ୍ୟତ ଭାରତ ସମ୍ଭବ ହେବ ଏହି ବାର୍ତ୍ତା ଦେଶବାସୀଙ୍କୁ ଆହ୍ବାନ ଦେବାପାଇଁ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଉଦ୍ୟମରେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଖେଳପଡିଆ ଠାରୁ ଏକ ବିଶାଳ ଗଣ ପଦଯାତ୍ରା ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସାମାଜିକ ଅନୁଷ୍ଠାନର ଶିଶୁ, ଯୁବକ, ଯୁବତୀ ଓ ବିଭିନ୍ନ ବ୍ୟକ୍ତିମାନଙ୍କୁ ନେଇ ଉପସ୍ଥିତ ସମସ୍ତ ଅତିଥିମାନଙ୍କ ଦ୍ଵାରା ସବୁଜ ପତକା ଦେଖାଇ ଶୁଭାରମ୍ଭ କରାଯାଇ ସହରର ବିଭିନ୍ନ ରାସ୍ତା ପରିକ୍ରମା କରି କର୍କଟ ରୋଗର ଭୟାବହତା ବିଷୟରେ ସଚେତନତା କରାଇଥିଲେ।ଏହି ଅବସରର ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ.ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ,ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟରର ବରିଷ୍ଟ କ୍ୟାନ୍ସର ଡାକ୍ତର କାହୁଁ ଚରଣ ପାତ୍ର,କାଲାମ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ସମ୍ପାଦକ ସନ୍ତୋଷ କୁମାର ଜେନା,ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଅଜିତ କୁମାର ମହାପାତ୍ର, ମହାନ୍ ସଂଘ ସଭାପତି ସୁଶାନ୍ତ ସାବତ ଓ ଆଈ ଏସ ଆର ଡି ନିର୍ଦ୍ଦେଶକ ସୁଧୀର ସାବତଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ବିଶ୍ବ କର୍କଟ ଦିବସ ଅବସରରେ ଜନସାଧାରଣଙ୍କୁ କର୍କଟ ରୋଗର ଭୟାବହତା ବିଷୟରେ ସଚେତନତା କରାଇଥିଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ଦେବାନନ୍ଦ ଦାଶଙ୍କ ପ୍ରତ୍ୟେକ ତତ୍ଵାବଧାନରେ ଉକ୍ତ ସଚେତନତା ସଭା ଓ ବିଶାଳ ପଦଯାତ୍ରାରେ ସେ ଜଣେ ମୁଖ କର୍କଟ ରୋଗୀ ହୋଇଥିବା ଯୋଗୁଁ ସେ ଲୋକମାନଙ୍କୁ କହିଥିଲେ କର୍କଟ ରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଠିକ୍ ସଚେତନ ନଥିବାରୁ , ଏହି ରୋଗରେ ପୀଡିତ ମୃତ୍ୟୁ ସୁନିଶ୍ଚିତ ବୋଲି ଭାବି ନିଅନ୍ତି ଏବଂ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। କର୍କଟ ରୋଗର ଚିକିତ୍ସା ବର୍ତମାନ ସମୟରେ ଅତ୍ୟନ୍ତ ସହଜ ଓ ଉପଯୁକ୍ତ ଚିକିତ୍ସା ମିଳିଲେ ଏଥିରୁ ରୋଗୀ ବଞ୍ଚି ପାରିବ।ସେ ଉପସ୍ଥିତି ସମସ୍ତଙ୍କୁ ସଚେତନତା ପାଇଁ ଓ ତମାଖୁ ଛାଡ଼ନ୍ତୁ ଜୀବନ ବାଛନ୍ତୁ ଏହି ମନ୍ତ୍ର ସଂକଳ୍ପ କରାଇଥିଲେ। ଡ. ପାତ୍ର କର୍କଟ ରୋଗ ବିଷୟରେ ଆଲୋକପାତ କରାଇବା ସହ ଲୋକ ମାନେ କିପରି ସୁବିଧାରେ ଚିକିତ୍ସା କରି ପାରିବେ ସମସ୍ତ ଙ୍କୁ ଅବଗତ କରାଇଥିଲେ। ଏହି ବିଶାଳ ସମାରୋହ ଓ ଗଣ ପଦଯାତ୍ରାରେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ସ୍ବେଛାସେବୀ ମାନଙ୍କ ସହ କିଡ୍ ଜି ପ୍ଲେ ସ୍କୁଲ୍,କାଲାମ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ସାମନ୍ତରାୟ ଏକାଡେମୀ, ଆର୍ୟାନ ଗୁରୁକୂଳ, କେ.ସି. ପବ୍ଲିକ ସ୍କୁଲ, ଆଇ ଟି ଆଈ ବ୍ରହ୍ମପୁର, ଜ୍ଞାନ ବିକାଶ ଇଂଲିଶ ମିଡ଼ିୟମ ସ୍କୁଲ,ସିମସ୍ କଲେଜ ଅପ୍ ହୋଟେଲ ମେନେଜମେଣ୍ଟ, ଏକାଡେମୀ ଅପ୍ ଟେକନୋକ୍ରାଫ୍ଟ, ବେଦବ୍ୟାସ ମହାବିଦ୍ୟାଳୟ,ଆଦର୍ଶ ପବ୍ଲିକ ସ୍କୁଲ, ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପ୍ରାୟ ୧୪୦୦ ଯୁବକ ଯୁବତୀ ଯୋଗଦେଇ ପଦଯାତ୍ରାରେ କର୍କଟ ରୋଗ ବିଷୟରେ ଲୋକମାନଙ୍କୁ ସଚେତନତା କରାଇଥିଲେ। ବିଶ୍ବ କର୍କଟ ଦିବସ ଉପଲକ୍ଷେ କ୍ରାନ୍ତି ତରଫରୁ କର୍କଟ ରୋଗ ସଚେତନତା ପାଇଁ କୋମଳମତି ଶିଶୁ ଠାରୁ ବୟସ୍କ ପାଇଁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ୧୫୦ ଜଣ ପ୍ରତିଯୋଗୀ ଭାଗନେଇ ଚିତ୍ର ମାଧ୍ୟମରେ ସଚେତନ କରିଥିଲେ।ବାଲୁକା ଶିଳ୍ପୀ ସତ୍ୟ ମହାରଣା ବିଚାରକ ରୁପେ ଯୋଗଦେଇ ପୁରସ୍କାର ଦେବାରେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମକୁ କ୍ରାନ୍ତି ଅନୁଷ୍ଠାନର ଦେବରାଜ ରାଉତ, ନିର୍ମଳା ଦାଶ , ଅରୁଣ ପଟ୍ଟନାୟକ,ଅନିଲ କୁମାର ସେଠୀ, ଲିଙ୍ଗରାଜ ପଟ୍ଟନାୟକ, ସ୍ନିଗ୍ଧା ମହାରଣା, ଚର୍ଚ୍ଚିକା ଦାଶ , ଚିନ୍ମୟାନନ୍ଦ ଦାଶ ଓ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଏ. ପ୍ରତାପ ରାଓ, ଚନ୍ଦନ କୁମାର ଜେନା ଓ ପି. ଆନନ୍ଦ ରାଓ ସମେତ କ୍ରାନ୍ତି ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଡ଼ଃ ଦେବାନନ୍ଦ ଦାଶ ସମସ୍ତଙ୍କୁ ସହଯୋଗ ପାଇଁ ହୃଦୟରୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ