ହୁମ୍ମା ସଲ୍ଟ କଲେଜ଼ରେ ଆତ୍ମ ତାଲିମ ଶିବିର ଉଦଯାପିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସଲ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଛାତ୍ରୀ ମାନଙ୍କ ସୁରକ୍ଷା ନେଇ ଚାଲିଥିବା ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ରଥ ଙ୍କ ତତ୍ତ୍ୱାବଧାନରେ ଏହି ଶିବିରରେ ମାଷ୍ଟର ଟ୍ରେନର ରିତା ଦାସ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ ଶିବିରରେ ଅତିଥି ଭାବେ ହୁମ୍ମା ସରପଞ୍ଚ ଜାନକୀ ଦାସ ଯୋଗ ଦେଇ ଛାତ୍ରୀ ମାନେ ଆତ୍ମ ନିର୍ଭରଶୀଳ ହୋଇ ସାଂପ୍ରତିକ ପରିସ୍ଥିତି ରେ କିପରି ନିଜକୁ ସୁରକ୍ଷିତ ରଖି ନାରୀ ସଶକ୍ତି କରଣ କୁ ଆଗେଇ ନେଇପାରିବେ ତାହାର ମାର୍ଗ ଦେଖାଇଥିଲେ। ଅଧ୍ୟାପିକା ବନିତା କୁମାରୀ ଶତପଥୀ ଶିବିରକୁ ସଂଯୋଜନା କରିବେ ସହ ଏହାର ର ଲକ୍ଷ୍ୟ ଉପରେ ଆଲୋକ ପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଗୌରହରି ବେହେରା, ଭରତ ନାହାକ, ସୁଧୀରକାନ୍ତ ପାଢ଼ୀ,ଅଧ୍ୟାପିକା ଶର୍ମିଷ୍ଠା ସାମନ୍ତରାୟ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। । କ୍ରୀଡା ଶିକ୍ଷକ ବାବୁନି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସ୍ୱାଗତିକା ମହାନ୍ତି, ଜଗଦୀଶ ବିଶ୍ଵାଳ,ମୋହନ ସୁନ୍ଦର ପଣ୍ଡା, ବିନାୟକ ସାହୁ,ବିଜୟ କୁମାର ସାହୁ ସଭା ପରିଚାଳନା ରେ ସହଯୋଗ କରିଥିଲେ। ଏହି ତାଲିମ ଶିବିର ଆଠ ଦିନ ଧରି ଚାଲିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ